ସୁବର୍ଣ୍ଣପୁର(ଗଣପତିବାଘ) ସୁବର୍ଣ୍ଣପୁର ଜିଲ୍ଲା ହଲହଲପୁର ଠାରେ ଥିବା ଗୋ ସୁରକ୍ଷା ଦାତବ୍ୟ ନ୍ୟାସର ଦ୍ଵିତୀୟ ଆଶ୍ରୟସ୍ଥଳୀ ଉଦଘାଟିତ ହୋଇ ଯାଇଛି।ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ଆଶ୍ରୟସ୍ଥଳୀର ଉଦଘାଟନ କରିଛନ୍ତି।ସାମ୍ପ୍ରତିକ ସ୍ଥିତିରେ ଯେତେବେଳେ ଗୋ ମାଲିକ ମାନଙ୍କ ସମ୍ବେଦନଶୀଳତା ହଜି ହଜି ଯାଉଛି , ଯେତେବେଳେ ରୁଗଣ ଓ ବୟସାଧିକ୍ୟ ଗୋରୁ ମାନଙ୍କୁ ମାଲିକ ମାନେ ସେବା ଯତ୍ନ ନ କରି ବାହାରେ ଛାଡି ଦେଉଛନ୍ତି ,ସେହି ସମୟରେ ଏହି ଗୋ ସୁରକ୍ଷା ଦାତବ୍ୟ ନ୍ୟାସ ଦ୍ୱାରା ପ୍ରତିଷ୍ଠା ଗୋ ଆଶ୍ରୟସ୍ଥଳି ସେହି ଅବାଂଛିତ ଗୋରୁ ଙ୍କୁ ଆପଣେଇ ନେଇ ମୃତ୍ୟୁ ପର୍ଯ୍ୟନ୍ତ ସେବା ଶୁଶ୍ରୁଷା କରିବା ସହିତ ପାରମ୍ପରିକ ରୀତିନୀତିରେ ଅନ୍ତିମ ସଂସ୍କାର କରିବାର ମହାନତା କୁ ପ୍ରଶଂସା କରିଛନ୍ତି ଜିଲ୍ଲାପାଳ ସୁବର୍ଣ୍ଣପୁର । ତେବେ ଜୁନ ୨୦୧୬ ମସିହାରେ ପ୍ରତିଷ୍ଠିତ ଟ୍ରଷ୍ଟ ରେ ୧୫୦ ଗୋରୁଙ୍କ ଆଶ୍ରୟ ଦେବାରେ ସକ୍ଷମ ଥିବା ବେଳେ ଆଜି ପୁଣି ଜିଲ୍ଲା ପ୍ରଶାସନ ତଥା ପ୍ରାଣୀଧନ ବିକାଶ ବିଭାଗ ସୁବର୍ଣ୍ଣପୁର ରାଜ୍ୟ ସରକାରଙ୍କ ବୁଲା ଗାଈ ଗୋରୁଙ୍କ ପାଇଁ ଆଶ୍ରୟ ସ୍ଥଳ ଯୋଜନା ଅଧୀନରେ ରାଜ୍ୟରେ ପ୍ରଥମ ଭାବେ ଏହି ଯୋଜନାରେ ଗୋ ଆଶ୍ରୟ ସ୍ଥଳ ଜିଲ୍ଲା ଟ୍ରଷ୍ଟି ଭଜନଲାଲ ଅଗ୍ରୱାଲ ଙ୍କ ଆଗ୍ରହରେ ପୁନଃ ୧୫୦ ଗୋରୁଙ୍କ ପାଇଁ ଏହି ସ୍ଥାନରେ ଦ୍ଵିତୀୟ ଆଶ୍ରୟସ୍ଥଳୀ ନିର୍ମାଣ କରିଛନ୍ତି ,ଯାହା ଜିଲ୍ଲାପାଳ ଉଦଘାଟନ କରି ଏହି ନ୍ୟାସର ଭୁୟସୀ ପ୍ରଶଂସା କରିବା ସହିତ ଜିଲ୍ଲା ପ୍ରଶାସନ ପାରୁ ପର୍ଯ୍ୟନ୍ତ ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।ଏହି ଗୋ ଆଶ୍ରୟ ସ୍ଥଳ ଦ୍ୱାରା ବୁଲା ଗୋରୁ ଗାଈ ଙ୍କ ଉପଯୁକ୍ତ ଥଇଥାନ ସହ ରକ୍ଷଣ ବେକ୍ଷଣା ହୋଇପାରିବ ଏପରିକି ରାସ୍ତା ଦୁର୍ଘଟଣା କୁବହୁ ମାତ୍ରାରେ ରୋକା ଯାଇପାରିବା ସହିତ ଗାଈ ଗୋରୁଙ୍କ ଉପଯୁକ୍ତ ସୁରକ୍ଷା କରାଯାଇପାରିବ । ଆଜି ଏହି ଗୋ ଆଶ୍ରୟ ସ୍ଥଳ ଉଦଘାଟନ ସହ ଏମ ଜି ଏନ ଆର ଇ ଜି ଏସ ଯୋଜନାରେ ୩ ଏକର ପରିଧିଷ୍ଟ କ୍ଷେତ୍ରରେ ଘାସ ଚାଷ ନିମନ୍ତେ ଶୁଭ ଉଦଘାଟନ କରି ଛନ୍ତି ଜିଲ୍ଲାପାଳ ସୁବର୍ଣ୍ଣପୁର । ଯାହା ଦ୍ୱାରା ଗୋ ଶାଳରେ ଆଶ୍ରିତ ଗୋରୁଙ୍କ ଖାଦ୍ୟ ର ଆବଶ୍ୟକତା ମେଣ୍ଟାଯାଇପାରିବ ଓ ଅନ୍ୟ ବାହାର ଲୋକ ମଧ୍ୟ ଏଠାରୁ ଉପକୃତ ହୋଇପାରିବେ । ଗୋଶାଳ ଦ୍ୱାରା ଚାଷୀଙ୍କୁ ଜୈବିକ ଖେତୀ ରେ ମଧ୍ୟ ସହାୟକ ହେବ । ଆଜିର ଏହି ଶୁଭ ଉଦଘାଟନ କାର୍ଯ୍ୟକ୍ରମ ରେ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ଅମରେଶ ପଣ୍ଡା, ପି ଡି ଡି ଆର ଡି ଏ ଶ୍ରୀ ନିହାର ରଞ୍ଜନ କଁହର, ଉପଜିଲ୍ଲାପାଳ ବୀରମହାରାଜପୁର ଅଶୋକ ଭୋଇ,ବି ଡି ଓ ହେମସାଗର ଭୋଇ ସି ଡି ଭି ଓ ଡ଼ଃ ଅନନ୍ତ ପ୍ରସାଦ ପଣ୍ଡା, ଏ ଡି ଭି ଓ ଡ଼ଃ ଅଶେଷ କୁମାର କର, ଡ଼ଃ ରମେଶ ଚନ୍ଦ୍ର ପ୍ରଧାନ, ଡ଼ଃ ହିମାଂଶୁ କୁମାର ମହନ୍ତ,ତଥା ଗୋ ପ୍ରେମୀ, ଟ୍ରଷ୍ଟ ର ସମସ୍ତ ସଦସ୍ୟ ସଦସ୍ୟା ପ୍ରମୁଖ ଉପସ୍ଥିତ ଥିଲେ । ଆଗକୁ ଏହି ନ୍ୟାସର ବିଭିନ୍ନ କାର୍ଯ୍ୟ ପାଇଁ ମିଶନ ଶକ୍ତିର ମହିଳା ମାନଙ୍କୁ ମଧ୍ୟ ଯୋଡ଼ାଯାଇଥିବା ସୂଚନା ମିଳିଛି ।
ସୁବର୍ଣ୍ଣପୁର ଜିଲ୍ଲା ହଲହଲପୁର ଠାରେ ଥିବା ଗୋ ସୁରକ୍ଷା ଦାତବ୍ୟ ନ୍ୟାସର ଦ୍ଵିତୀୟ ଆଶ୍ରୟସ୍ଥଳୀ ଉଦଘାଟିତ
ଆଜତକ ଓଡ଼ିଶା
0
Post a Comment