ସୁବର୍ଣ୍ଣପୁର(ଗଣପତିବାଘ) ସୋନପୁର ସହରକୁ ରାଜ୍ୟର ସ୍ୱଚ୍ଛତମ ସହର ଭାବେ ଗଢି ତୋଳିବା ନିମନ୍ତେ ଭିଜନ"କ୍ଲିନ ସୋନପୁର " ପରିପ୍ରେକ୍ଷୀରେ ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅବୋଲୀ ସୁନିଲ ନରୱଣେ ଙ୍କ ଅଧ୍ୟକ୍ଷତାରେ ଗତ ତା ୩୦/୦୬/୨୨ରେ ଯୋଜନାର ରୂପରେଖ ପ୍ରସ୍ତୁତ କରାଯାଇଥିଲା । ସେହି ଯୋଜନା ଅନୁଯାୟୀ ତା୧୩/୦୭/୨୨ରୁ ଭିଜନ କ୍ଲିନ ସୋନପୁର କୁ ବାସ୍ତବ ରୂପ ଦେବା ନିମନ୍ତେ ସୋନପୁର ପୌରପରିଷଦ ତରଫରୁ କାର୍ଯ୍ୟାରମ୍ଭ କରାଯାଇଛି । କାର୍ଯ୍ୟକ୍ରମ ଅନୁଯାୟୀ ପୂର୍ବାହ୍ନ ରେ ସୋନପୁର କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟଂଶୁ ରୁଟ ଙ୍କ ତତ୍ୱାବଧାନରେ ସମସ୍ତ ସ୍ୱଚ୍ଛସାଥି, ସୁପରଭାଇଜର, ଟେକ୍ସ ସଂଗ୍ରାହକ, ତଥା ସମସ୍ତ ସ୍ଥାନୀୟ ପୌର ପରିଷଦ କାଉନସିଲର ପ୍ରମୁଖ ସହର କୁ ସ୍ୱଚ୍ଛ ଓ ପରିଚ୍ଛନ୍ନ ରଖିବା ନିମନ୍ତେ ପୌର ପରିଷଦ ତରଫରୁ ଅନୁଷ୍ଠିତ ସ୍ୱଛତା ସଚେତନତା ରାଲି ରେ ଯୋଗଦାନ କରିଥିଲେ ।
ଏହି ରାଲି ସହର ସ୍ଥିତ କସ୍ତୁରୀ ହୋଟେଲ ଛକ ଠାରୁ କଚେରୀ ଛକ ପର୍ଯ୍ୟନ୍ତ ପ୍ରତ୍ୟେକ ବ୍ୟବସାୟିକ ପ୍ରତିଷ୍ଠାନ ମାଳିକ ମାନଙ୍କୁ ନିଜ ନିଜର ପ୍ରତିଷ୍ଠାନ ଗୁଡ଼ିକରୁ ଦୈନନ୍ଦିନ ବାହାରୁଥିବା ଅଳିଆ ଆବର୍ଜନା ଗୁଡିକର ଉପଯୁକ୍ତ ପରିଚାଳନା, ସଂଗ୍ରହ ଓ ନିର୍ଗମଣ, ସ୍ୱତନ୍ତ୍ର ଆବର୍ଜନା କୁଣ୍ଡ ର ବ୍ୟବହାର, ନିର୍ଦ୍ଧିଷ୍ଟ ସମୟରେ ବ୍ୟବହାରିକ ଫୀ ପୈଠ କରିବା, ପ୍ରତିଷ୍ଠାନ ସମ୍ମୁଖରେ ଥିବା ସର୍ବସାଧାରଣ ନାଳରେ ଅଳିଆ ଆବର୍ଜନା କୁ ନ ପକାଇ ନିର୍ଦ୍ଧିଷ୍ଟ ବ୍ୟବହୃତ ଆବର୍ଜନା କୁଣ୍ଡର ବ୍ୟବହାର କୁ ସୁନିଶ୍ଚିତ କରିବା ନିମନ୍ତେ ସାମୁହିକ ଭାବେ ସଚେତନତା କରାଇଥିଲେ । ପରେ ପରେ ମଧ୍ୟାହ୍ନ ରେ କ୍ଲିନ ସୋନପୁର ନିମନ୍ତେ ନିୟୋଜିତ ସ୍ୱତନ୍ତ୍ର ନୋଡାଲ ଅଧିକାରିଣୀ ତଥା ଡେପୁଟି କଲେକ୍ଟର ଶ୍ରୀମତୀ ଇପ୍ସିତା ମିଶ୍ର ଙ୍କ ତତ୍ୱାବଧାନରେ ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ, ସ୍ୱଚ୍ଛ ସାଥି, ସମ୍ପୃକ୍ତ କାଉନସିଲର, ପୌର ପରିଷଦ ର କର୍ମଚାରୀ ପ୍ରମୁଖ ସହର ର ବିଭିନ୍ନ ଅଂଚଳକୁ ଯାଇ ଆବାସିକ ଗୃହ ମୁଖ୍ୟ ଙ୍କ ସହ ପ୍ରତ୍ୟକ୍ଷ ସାକ୍ଷତ ଆଲୋଚନା କରି ଘରେ ବ୍ୟବହୃତ ପାଇଖାନା ର ବର୍ଜ୍ୟ ନିର୍ଗମଣ ନଳ, ଯାହା ସିଧା ସଳଖ ସର୍ବସାଧାରଣ ନାଳରେ ସଂଯୋଗ ରହିଛି ତାହାକୁ ସମ୍ପୂର୍ଣ ବନ୍ଦ କରି ବର୍ଜ୍ୟ ନିର୍ଗମଣ ପାଇପ କୁ ୩୧ଜୁଲାଇ ୨୦୨୨ ସୁଦ୍ଧା ସ୍ୱତନ୍ତ୍ର ଟାଙ୍କି ନିର୍ମାଣ କରି ସଂଯୋଗ କରିବାକୁ ଚେତାବନୀ ଦେଇଛନ୍ତି । ପୁଣି ସଂନ୍ଧ୍ୟାରେ ଉପ ଜିଲ୍ଲାପାଳ ସୋନପୁର ଡ଼ଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର ଙ୍କ ନେତୃତ୍ୱରେ ମୁଖ୍ୟ ରାସ୍ତାରେ ଆମ୍ବେଦକର ଛକ ଠାରୁ ଦିନେଶ କିରାନା ଦୋକାନ ପର୍ଯ୍ୟନ୍ତ ରହିଥିବା ବ୍ୟବସାୟିକ ପ୍ରତିଷ୍ଠାନ ର ମାଳିକ ତଥା ରାସ୍ତାକଡ଼ ଉଠାଦୋକାନୀ, ଠେଲା ଦୋକାନୀ ପ୍ରଭୁତିଙ୍କୁ ସ୍ୱଚ୍ଛ ସୋନପୁର ପରିପ୍ରେକ୍ଷୀରେ ଏକକ ପ୍ଲାଷ୍ଟିକ ବ୍ୟବହାର ବର୍ଜନ ଉପରେ ସଚେତନତା କରାଇବାସହ ଏକକ ପ୍ଲାଷ୍ଟିକ ବ୍ୟବହାର ଉପରେ ଚଢ଼ାଉ କରାଯାଇ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ମାଳିକଙ୍କୁ ଜୋରିମାନା କରାଯାଇ ନଗଦ ଟଂ ୨୨୦୦/-ଙ୍କା ଆଦାୟ କରାଯାଇଥିଲା ।
ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ତଥା ଆବାସିକ ଗୃହ ମାଳିକ ମାନଙ୍କୁ ପ୍ରତିଷ୍ଠାନ ତଥା ଆବାସିକ ଗୃହ ସମ୍ମୁଖରେ ଥିବା ସର୍ବସାଧାରଣ ନାଲା କୁ ୨୪ ଘଣ୍ଟା ମଧ୍ୟରେ ଜବରଦଖଲ ମୁକ୍ତ କରିବାକୁ କଡା ନିର୍ଦେଶ ଦେଇଛନ୍ତି ଉପ ଜିଲ୍ଲାପାଳ ସୋନପୁର । ସୋନପୁର ସହରକୁ ସ୍ୱଚ୍ଛ ସୁନ୍ଦର ତଥା ପରିଷ୍କାର ପରିଚ୍ଛନ ରଖିବା ଆମ ସମସ୍ତଙ୍କ ନୈତିକ କର୍ତ୍ତବ୍ୟ ଓ ଦାୟିତ୍ୱ । ସମସ୍ତେ ନିଜ ପାରିପାର୍ଶ୍ୱକୁ ସ୍ୱଚ୍ଛ,ପରିଷ୍କାର ଓ ପରିଚ୍ଛନ ରଖିବାକୁ ଆଗ୍ରହ ଦେଖାଇବା ସହିତ ଆନ୍ତରିକ ଯତ୍ନବାନ ହେବାକୁ ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ନରୱଣେ ସମସ୍ତ ଜନସାଧାରଣଙ୍କୁ ପରାମର୍ଶ ଦେବା ସହିତ ଭିଜନ"କ୍ଲିନ ସୋନପୁର" କୁ ସାକାର କରିବାକୁ ଅନୁରୋଧ କରିଛନ୍ତି ।
Post a Comment