ରଥ ଦେଖିବାକୁ ଯାଉଥିବାବେଳେ ଅଘଟଣ, ବାଇକ୍ ଧକ୍କା ରେ ଯୁବକ ଗୁରୁତର ଆହତ


ବଙ୍ଗୋମୁଣ୍ଡା (ଆଜତକ୍ ଓଡ଼ିଶା) : ରଥ ଯାତ୍ରା ଦେଖିବାକୁ ଯାଉଥିବା ବେଳେ ଦ୍ରୁତ ଗତିରେ ଯାଉଥିବା ଜଣେ ବାଇକ୍ ଆରୋହୀର ବାଇକ୍ ଧକ୍କାରେ ଯୁବକ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି । ଏପରି ଏକ ଦୁଃଖଦ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଳକ ଲଙ୍ଗଳା ଜୁରି ଗାଁ ରେ । ସୂଚନାରୁ ପ୍ରକାଶ ଯେ, ଗତକାଲି ଲଙ୍ଗଳାଜୁରି ଗାଁ ର ବିବେକାନନ୍ଦ ତାଣ୍ଡି (୨୫) ପାଖ ମୁଣ୍ଡପଦର ଗାଁ କୁ ରଥ ଯାତ୍ରା ଦେଖିବାକୁ ଯାଇଥିବା ସମୟରେ ଗୋଟିଏ ବାଇକ୍ ଆସି ବିବେକାନନ୍ଦ କୁ ଜୋର୍ ରେ ଧକ୍କା ଦେଇଥିଲା । ବାଇକ୍ ଧକ୍କା ରେ ବିବେକାନନ୍ଦଙ୍କ ବାମ ଗୋଡ ଭାଙ୍ଗି ଯାଇଥିବା ସହ ଶରିରର ବିଭିନ୍ନ ଅଂଶରେ ଆଘାତ ଲାଗିଥିବା ଜଣାପଡ଼ିଛି । ଦୁର୍ଘଟଣା ପରେ ବିବେକାନନ୍ଦଙ୍କୁ ପ୍ରଥମେ ବେଲପଡ଼ା ଓ ପରେ ବଲାଙ୍ଗିର ଭୀମ ଭୋଇ ମେଡ଼କାଲ କଲେଜ ଓ ହସ୍ପିଟାଲରେ ଭର୍ତି କରଯାଇଛି  ଦୁର୍ଘଟଣା ଘଟାଇଥିବା ବାଇକ୍ ରେ ୩ ଜଣ ଯୁବକ ବସିଥିବା ବେଳେ ସେମାନେ ସମସ୍ତେ ମଦ୍ୟପାନ କରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

Post a Comment

Previous Post Next Post