ଜମିବାଡ଼ି ବିବାଦକୁ ନେଇ ସଂଘବଦ୍ଧ ଆକ୍ରମଣ


କଣ୍ଟାବାଞ୍ଜି / ବେଲପଡ଼ା,(ଆଜତକ୍ ଓଡ଼ିଶା) : ଜମିଜମା ଗଣ୍ଡଗୋଳକୁ କେନ୍ଦ୍ର କରି ଗତକାଲି ଦୁଇ ଜଣ ବ୍ୟକ୍ତିଙ୍କୁ ମାରଣାସ୍ତ୍ର ରେ ୫ ଜଣ ବ୍ୟକ୍ତି ସଂଘବଦ୍ଧ ଆକ୍ରମଣ କରାଯିବା ସହ ଲହୁଲୁହାଣ କରି ଦେବା ପରି ପରି ଏକ ଅଭାବନୀୟ ଘଟଣା ଘଟିଛି । ଏପରି ଏକ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ବେଲପଡ଼ା ବ୍ଲକ ବିଚ୍ଛୁ ବାହାଲି ଗାଁ ରେ । ଅଭିଯୋଗରୁ ପ୍ରକାଶ ଯେ, ଗତକାଲି ରାତି ପ୍ରାୟ ସାଢେ ଆଠଟା ସମୟରେ ବିଚ୍ଛୁ ବାହାଲି ଗାଁ ର ରୁଦ୍ରମଣି ମାଝୀ (୪୫)ଓ ଜଳନ୍ଧର ମାଝୀ (୫୫) ଘରେ ଥିବା ସମୟ ରେ ସେହି ଗାଁ ର ବଡୁ ମାଝୀ, ଇଶ୍ୱର ମାଝୀ, ନେତ୍ର ମାଝୀ ଙ୍କ ସମେତ ଆଉ ଦୁଇ ଜଣ ବ୍ଯକ୍ତି ରୁଦ୍ରମଣି ଓ ଜଳନ୍ଧରଙ୍କ ଉପରେ ସଂଘବଦ୍ଧ ଆକ୍ରମଣ କରିଥିଲେ । ଆକ୍ରମଣରେ ରୁଦ୍ରମଣି ଓ ଜଳନ୍ଧରଙ୍କ ମୁଣ୍ଡ ଓ ହାତରେରେ ଗଭୀର ଆଘାତ ଲାଗିଛି । ଘଟଣା ଘଟିବା ପରେ ଏହି ଦୁଇ ବ୍ୟକ୍ତିଙ୍କୁ ତୁରନ୍ତ ବେଲପଡ଼ା ଡାକ୍ତରଖାନାକୁ ନିଆଯାଇଥିଲା । ତେବେ ଡାକ୍ତର୍ ଏମାନଙ୍କୁ ବଲାଙ୍ଗିର ଭୀମ ଭୋଇ ମେଡ଼କାଲ କଲେଜ ଓ ହସ୍ପିଟାଲକୁ ରେଫର୍ କରିଛନ୍ତି । ବହୁ ଦିନରୁ ଏହି ଦୁଇ ପରିବାରଙ୍କ ମଧ୍ୟରେ ଜମିବାଡିକୁ ନେଇ ଅସନ୍ତୋଷ ଲାଗିରହିଥିବା ଜଣାପଡିଛି । ତେବେ ଘଟଣା ପରେ ବେଲପଡ଼ା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ଏ ପର୍ଯ୍ୟନ୍ତ ଆକ୍ରମଣ ଘଟଣାରେ ପୋଲିସ କାହାକୁ ଗିରଫ କରି ନଥିବା ଜଣା ପଡିଛି

Post a Comment

Previous Post Next Post