ଡ଼ାକ୍ତର ଙ୍କ ଭୁଲ ଅସ୍ତ୍ରୋପଚାର ଯୋଗୁଁ ମହିଳାଙ୍କ ମୃତ


ନୂଆପଡା,(ପରମେଶ୍ଵର ମେହେର) ନୂଆପଡା ଜିଲ୍ଲା ଖଡ଼ିଆଳ ଥାନା ବରଗାଁ ଗ୍ରାମର ଶୁଶୀଳ କୈବର୍ତ୍ତ ଙ୍କ ସ୍ତ୍ରୀ ଦୀପା କୈବର୍ତ୍ତ ଗତ ୧୧ ତାରିଖ ରେ ଖଡ଼ିଆଳ ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ର ରେ ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର ନେଇ ଭର୍ତ୍ତି ହୋଇଥିଲେ। ଡକ୍ଟର ଦୀନବନ୍ଧୁ ମହାନନ୍ଦ ଅସ୍ତ୍ରୋପଚାର କରିଥିବା ବେଳେ ଭୁଲ ଅସ୍ତ୍ରୋପଚାର ପାଇଁ ରକ୍ତ ଶ୍ରାବ ହୋଇଥିବା ସ୍ୱାମୀ ଶୁଶୀଳ ପ୍ରକାଶ କରିଛନ୍ତି । ପରେ ରକ୍ତ ସ୍ରାବ ବନ୍ଦ ନହେବାରୁ ଦୀପା ଙ୍କୁ ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟକେନ୍ଦ୍ର ସ୍ଥାନାନ୍ତରିତ କରିଥିଲେ। ରକ୍ତ ଶ୍ରାବ ବନ୍ଦ ନ ହେବାରୁ ୧୫ ତାରିଖରେ ବୁର୍ଲା ମେଡ଼ିକାଲ କୁ ସ୍ଥାନାନ୍ତରିତ ହେଲେ। ସେଠାରେ ଅସ୍ତ୍ରୋପଚାର ବେଳେ ଦୀପା ଙ୍କ ମୃତ୍ୟୁ ହୋଇଯାଇଥିଲା । ଆମ୍ବୁଲାନ୍ସ ଯୋଗେ ପରିବାର ଲୋକେ ଖଡ଼ିଆଳ ଥାନା ଛକ ରେ ଶବ ରଖି ଆନ୍ଦୋଳନ କରିଛନ୍ତି।ଉପଯୁକ୍ତ ନ୍ୟାୟ ଏବଂ ଭୁଲ ଅସ୍ତ୍ରୋପଚାର କରିଥିବା ଡାକ୍ତର ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ, ତିନି ସନ୍ତାନ ଙ୍କୁ ଆବଶ୍ୟକ ଥଇଥାନ ଦାବୀ ।


Post a Comment

Previous Post Next Post