ବଙ୍ଗୋମୁଣ୍ଡା (ଆଜତକ୍ ଓଡ଼ିଶା) ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅଞ୍ଚଳର ପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବ ର ସ୍ଥାନୀୟ ଗ୍ରମାପଞ୍ଚାୟତ ରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବଙ୍ଗୋମୁଣ୍ଡା ବ୍ଲ ସଦରରେ ୩୬ତମ ଧନୁଯାତ୍ରା ମହୋତ୍ସବ ର ସଭାପତି ଶ୍ରୀ ତୁଲସୀ ରାମ ହଂସ ଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଆରମ୍ଭ ହୋଇଥିଲା । ଉକ୍ତ ବୈଠକରେ ଧନୁଯାତ୍ରା ଏହି ବର୍ଷ ସୁଚାରୁ ରୂପେ ପାଳନ କରାଯିବ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା ଆଗାମୀ କାର୍ତ୍ତିକ ମାସ ଶୁକ୍ଲ ପକ୍ଷ ଏକାଦଶୀ ତିଥି ରୁ ଆରମ୍ଭ ହୋଇ ରାହାସ ପୁର୍ଣ୍ଣୀମା ନଭେମ୍ବର ୪-୨୦୨୨ ତାରିଖ ରୁ ନଭେମ୍ବର ୮- ୨୦୨୨ତାରିଖ ପଯ୍ୟନ୍ତ ଧନୁଯାତ୍ରା ମହୋତ୍ସବ ହେବ । ପାଞ୍ଚ ଦିନ ଧରି ମହାସମାରୋହରେ ପାଳିତ କରାଯିବା ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ ଆଲୋଚନା କାରଯାଇଥିଲା ଏହି ବୈଠକରେ କମିଟି ର କାର୍ଯ୍ୟକାରୀ ସଭାପତି ଆନନ୍ଦ କୁମାର ଅଗ୍ରୱାଲ,ଶରତ ଚନ୍ଦ୍ର ସିଂ ଭୋଇ, ସାଧାରଣ ସଂପାଦକ ବିକାଶ ପନିକା,ସଂପାଦକ ରଶ୍ମିରଞ୍ଜନ ପୁଟେଲ,କୋଷାଧ୍ୟକ୍ଷ ମୁକେଶ ଜୈନ, ରୁପେଶ ଜୈନ,ତ୍ରିନାଥ ବାରିକ, ରାମ ଚନ୍ଦ୍ର ରଣା,ବିନୋଦ ମେହେର, ସୁଦାମ ସିନ୍ଦୁର, ଅମିତ ଥନାପତି,ଗଣାଦୀପ ଦାସ,ସୁଧାଂଶୁ ପୁଟେଲ , ବୈକୁଣ୍ଠ ସା, ଭବାନୀ ଶଙ୍କର ଥନାପତି,ଧିରେନ ପୁଟେଲ,ତିରୁପତି ବାରିକ,ଆଲୋକ ସାହୁ, ଆନନ୍ଦ ଅଗ୍ରବାଲ ବଙ୍ଗୋମୁଣ୍ଡା ର ଗ୍ରାମବାସୀ ମାନେ ଉପସ୍ଥିତ ହୋଇଥିଲେ ।
୩୬ ତମ ବଙ୍ଗୋମୁଣ୍ଡା ଧନୁଯାତ୍ରା ମହୋତ୍ସବ ପ୍ରସ୍ତୁତି ପ୍ରଥମ ବୈଠକ ଅନୁଷ୍ଠିତ
ଆଜତକ ଓଡ଼ିଶା
0
Post a Comment