ନୂଆପଡ଼ା (ପରମେଶ୍ବର ମେହେର) ନୂଆପଡ଼ା ଜିଲ୍ଲା ବୋଡେ଼ନ ବ୍ଲକ ଅନ୍ତର୍ଗତ ଲର୍କା ଗ୍ରାମପଞ୍ଚାୟତ ସ୍ଥିତ ଅନକାପୁର ଗ୍ରାମର ଏକ ୧୭ ବର୍ଷୀୟା ଜଣେ ନାବାଳିକା ଆତ୍ମହତ୍ୟା କରିଥିବା ଜଣାପଡିଛି। ସୂଚନାଯୋଗ୍ୟ ଯେ ସେହି ଗ୍ରାମର କନ୍ଦର୍ପ ରଣାଙ୍କ ଝିଅ କିଶୋରୀ ରଣା ସମୟରଦିନ ୧୦ଟାରେ ବାପା ନିଜ ଜମି କୁ କାମରେ ନିଜ ବିଲକୁ କାମକରିବାକୁ ଯାଇଥିଲେ। ଘରେ କେହି ନ ଥିବାର ସୁଯୋଗ ନେଇ କୌଣସି ବିଷୟକୁ ଗୁରୁତ୍ୱର ନେଇ ବେକରେ ଶାଢ଼ୀ ଲଗାଇ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି। ଉକ୍ତ ଘଟଣା ଘଟିବାର କିଛି ସମୟରେ ସ୍ଥାନୀୟ ବୋଡେ଼ନ ଥାନାକୁ ଖବର ଦେବା ପରେ ବୋଡେ଼ନ ଥାନାର ଏକ ଟିମ ପହଞ୍ଚି ଶବକୁ ଜବତ କରିବା ପରେ ଶବ ବ୍ୟବଚ୍ଛେଦ ପାଇଁ ବୋଡେ଼ନ ଗୋଷ୍ଟି ସ୍ୱାସ୍ଥ କେନ୍ଦ୍ରକୁ ପଠାଯାଇଥିବା ସୂଚନା ରହିଛି।ହେଲେ ଅତି ଦୁର୍ଭାଗ୍ୟ ର ବିଷୟ କି ସବବ୍ୟବଛେଦ ଗୃହ ନ ଥିବାରୁ ପୁଣି ମହୁଲ ବୃକ୍ଷ ତଳେ ଶବ ବ୍ୟବଚ୍ଛେଦ କରାଯିବା ନିଶ୍ଚିତ। ବୋଡେ଼ନ ବ୍ଲକ ପ୍ରଶାସନ ଏଭଳି ଅସୁବିଧା ପାଇଁ କେବେ ଚେତିବ ,ସୂଚନା ଯୋଗ୍ୟ ଯେ ଏଠି ଜିଲ୍ଲା ପରିଷଦ ଅଦକ୍ଷ୍ୟା ମଧ୍ୟ ଅଛନ୍ତି, ହେଲେ ଆନ୍ତରିକତା ଦରକାର ନିଜ ଅଞ୍ଚଳ ର କାମ କରିବା ପାଇଁ, ଏ ସମ୍ପର୍କରେ ଅଭିଯୋଗ ଶୁଣାଣୀ ରେ ମଧ୍ୟ ଅନେକ ଥର ଅଭିଯୋଗ ପତ୍ର ଦିଆଯାଇଛି ।
୧୭ ବର୍ଷୀୟ ଝିଅର ଆତ୍ମହତ୍ୟା କାରଣ ଅସ୍ପଷ୍ଟ
ଆଜତକ ଓଡ଼ିଶା
0
Post a Comment