ବୌଦ୍ଧ,(ଶୁଶାନ୍ତ କୁମାର ବେହେରା) ହରଭଙ୍ଗା ବ୍ଲକ ଅନ୍ତର୍ଗତ ସଙ୍କୁଲୋଇ ସେବା ସମବାୟ ସମିତିର ନୂତନ ସଭାପତି ଭାବେ ରଶ୍ମିତା ମହାକୁଡ଼ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି। ପ୍ରକାଶ ଥାଉକି ଚଳିତ ମାସ ଜୁଲାଇ ୧୦ତାରିଖ ଦିନ ଏହି ସେବା ସମବାୟ ସମିତିର ନିର୍ବାଚନ ଅନୁଷ୍ଠିତ ହୋଇଥିଲା।ଏହି ନିର୍ବାଚନରେ ରଶ୍ମିତା ମହାକୁଡ଼ ସଭାପତି ଭାବେ ନିର୍ବାଚିତ ହୋଇଥିଲେ।ଆଜି ସେ ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି ଦାୟିତ୍ୱ ଗ୍ରହଣ ଉତ୍ସବରେ ସେବା ସମବାୟ ସମିତିର ସମ୍ପାଦକ ସଞ୍ଜୟ ଗାଈଗୋଉରିଆଙ୍କ ସମେତ ସମସ୍ତ ନିର୍ଦେଶକ, ସଭ୍ୟ ସତ୍ୟବାଦୀ ଚାଉଳିଆଙ୍କ ସମେତ ବହୁସଭ୍ୟ ସଭ୍ୟା ଯୋଗ ଦେଇଥିଲେ।ସୂଚନା ଥାଉ କି ଶ୍ରୀମତୀ ମହାକୁଡ଼ ପୂର୍ବରୁ ବ୍ଲକ ଉପାଧ୍ୟକ୍ଷ, ଏବେ ସଂକୁଲୋଇ ପଂଚାୟତ ର ସମିତି ସଭ୍ୟ ଅଛନ୍ତି। ଶ୍ରୀମତୀ ମହାକୁଡ଼ କହିଛନ୍ତି ଯେ ସମିତିରେ ଦଲାଲଗିରି ହଟି ସବୁ ଚାଷୀ ଭାଇ ମାନେ ଉଚିତ ନ୍ୟାୟ ପାଇବେ ବୋଲି ପ୍ରକାଶ କରିଛନ୍ତି।
ସଙ୍କୁଲୋଇ ସେବା ସମବାୟ ସମିତିର ନୂତନ ସଭାପତି ରଶ୍ମିତା ମହାକୁଡ଼
ଆଜତକ ଓଡ଼ିଶା
0
Post a Comment