କଣ୍ଟାମାଳ,(ମନଧର କର୍ମୀ)ବୌଦ୍ଧ ଜିଲ୍ଲାରେ ରାସ୍ତାବାଟ ଅବସ୍ଥା ନ କହିବା ଭଲ । ବର୍ଷା ଦିନେ ଅର୍ଦ୍ଧାଧିକ ଗ୍ରାମକୁ ଯୋଗାଯୋଗ ଠପ୍ । ଏଭଳି ଏକ ଦୃଶ୍ୟ ଆମେ ଦେଖିବାକୁ ପାଇଥିଲୁ ହରଭଙ୍ଗା ବ୍ଲକ୍ ଛତ୍ରଙ୍ଗ ଗ୍ରାମରେ । ଛତ୍ରଙ୍ଗ କେଉଁ ଉପାନ୍ତ ଅଂଚଳ ନୁହେଁ ମାତ୍ର ଛତ୍ରଙ୍ଗ ଗ୍ରାମର କୈଲାସୀ ସାହିର ଲୋକେ ସ୍ବାସ୍ଥ୍ୟ କେନ୍ଦ୍ର ନିକଟ ମୁଖ୍ୟ ରାସ୍ତା ଉପରକୁ ଆସିବା ପାଇଁ ମାତ୍ର ଅଳ୍ପ କେତେ ମିଟର୍ ରାସ୍ତା ପଡୁଥିବା ବେଳେ ତାହାବି କେବେ ସୁଧୁରି ପାରୁନାହିଁ । ଦୀର୍ଘ ୨୦ ବର୍ଷ ଧରି ରାସ୍ତା ପାଇଁ କୈଲାସୀ ସାହି ବାସୀ ଦାବୀ କରୁଥିଲେ ମଧ୍ୟ ସମ୍ଭବ ହୋଇ ପାରୁନାହିଁ । ଛୋଟ ଛୋଟ ପିଲାମାନେ କାଦୁଅ ପଚପଚ ରାସ୍ତାରେ ହାତରେ ଚପଲ ଧରି ପ୍ରତିଦିନ ସ୍କୁଲକୁ ଯିବା ଆସିବା କରିଥାନ୍ତି । ବର୍ଷାଦିନେ ରାସ୍ତାର ଅବସ୍ଥା ପ୍ରତିବର୍ଷ ଏ ଭଳି ହେଉଥିବାରୁ ସ୍ଥାୟୀ ରାସ୍ତା ନିର୍ମାଣ ଦିଗରେ ପଦକ୍ଷେପ ନେବାକୁ ଜିଲ୍ଲା ଓ ବ୍ଲକ୍ ପ୍ରଶାସନ ନିକଟରେ ଦାବି କରିଛନ୍ତି ।
ରାସ୍ତା ର ଅବସ୍ଥା ଶୋଚନୀୟ ରାସ୍ତା ନିର୍ମାଣ ପାଇଁ ଦାବୀ
ଆଜତକ ଓଡ଼ିଶା
0
Post a Comment