ବଜ୍ରାଘାତରେ ଯୁବକର ମୃତ୍ୟୁ


ସୁବର୍ଣ୍ଣପୁର(ଗଣପତିବାଘ) ବଜ୍ରାଘାତରେ ଯୁବକର ମୃତ୍ୟୁ ହୋଇଥିବା ଦେଖାଦେଇଛି । ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ଥାନା ବାଘରତୈଲା ଗାଁରେ ଘଟିଛି ଅଘଟଣ । ବିଲରେ କାମ କରୁଥିବାବେଳେ ବଜ୍ରାଘ‍ାତ ହୋଇଥିବା ସୁଚନା । ମୃତକ ହେଲେ ବିଶିକେଶନ ଶଙ୍ଖୁଆ । ଗତକାଲି ଦିନ ପ୍ରାୟ୨ ଟାସମୟରେ ବିଶିକେଶନ ବିଲକୁ କାମ କରିବାକୁ ଯାଇଥିଲେ । ହଠାତ ବର୍ଷା ସହ ଘଡ ଘଡି ହେବାରୁ ସେ କାମ ଛାଡି ଘରକୁ ଫେରୁଥିବାବେଳେ ବାଟରେ ବଜ୍ରାଘାତରେ ତାଙ୍କ ମୃତ୍ୟୁ ହୋଇଥିଲା । ପରିବାର ଲୋକ ତାଙ୍କୁ ବୀରମହାରାଜପୁର ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିବାବେଳେ ଡାକ୍ତର ମୃତ ଘୋଷଣା କରିଥିଲେ । ବିଶିକେଶନଙ୍କ ଗୋଟିଏ ପୁଅ ଓ ଗୋଟିଏ ଝିଅ ଥିବାରୁ ତାଙ୍କୁ ସରକାରୀ ସହାୟତା ପ୍ରଦାନ କରିବାକୁ ଦାବି ହୋଇଛି ।

Post a Comment

Previous Post Next Post