କୁର୍ଲୀ ପ୍ରାଥମିକ ବିଦ୍ୟାଳୟର ନୂତନ ଶ୍ରେଣୀ ଗୃହ ଏବଂ ଶୌଚାଳୟ ନିର୍ମାଣରେ ଦୁର୍ନୀତି ଅଭିଯୋଗ

ବିଦ୍ୟାଳୟ ଛାତ ଉପରେ ଜମଦୂତ, ପ୍ରଶାସନ ର ନଜର ପଡ଼ିବ କେବେ ?


କଣ୍ଟାବାଞ୍ଜି,(ଆଜତକ୍ ଓଡ଼ିଶା) : ଶିକ୍ଷ୍ୟା ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବା ପାଇଁ ପ୍ରଶାସନ ତରଫରୁ ପ୍ରତିବର୍ଷ ନୂତନ ଯୋଜନା ଘୋଷଣା କରାଯାଇଛି। ଶିକ୍ଷ୍ୟା ବ୍ୟବସ୍ଥା ସୁଧାରିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ସରକାର । ପ୍ରତ୍ୟେକ ଅଞ୍ଚଳରେ କେମିତି ଶିକ୍ଷାର ବିକାଶ କରାଯାଇପାରିବ ସେଥି ପ୍ରତି ସଦା ସର୍ବଦା କାର୍ଯ୍ୟରତ ବୋଲି ଦାବି କରୁଥିବା ସରକାରଙ୍କ ସରକାରୀ ବାବୁ ଅନେକ ଅଞ୍ଚଳକୁ ଉପେକ୍ଷିତ କରି ଚାଲିଛନ୍ତି। ଏମିତି ଏକ ଅଭିଯୋଗ କଣ୍ଟାବାଞ୍ଜି ନିକଟସ୍ଥ କୁର୍ଲି ଗ୍ରାମରୁ ଆସୁଛି । କୁର୍ଲୀ ପ୍ରାଥମିକ ବିଦ୍ୟାଳୟର ନୂତନ ଶ୍ରେଣୀ ଗୃହ ଏବଂ ଶୌଚାଳୟ ନିର୍ମାଣରେ ଦୁର୍ନୀତି ହୋଥିବା ଅଭିଯୋଗ ଆସୁଛି । କୂର୍ଲି ଗ୍ରାମ ର ପ୍ରାଥମିକ ବିଦ୍ୟାଳୟ ରେ ୧୦୮ ଛାତ୍ର ଛାତ୍ରୀ ଅଛନ୍ତି କିନ୍ତୁ ଶ୍ରେଣୀ ଗୃହ ଗୋଟିଏ , ନୂତନ ଶ୍ରେଣୀ ଗୃହ ନିର୍ମାଣ ୨୦୧୬ - ୨୦୧୭ ମସିହା ରୁ ଆରମ୍ଭ ହୋଉଥିଲେ ମଧ୍ୟ ଆଜି ପ୍ରଯନ୍ତ ନିର୍ମାଣ କାର୍ଯ୍ୟ ସରିନାହିଁ । ଛାତ୍ର ଛାତ୍ରୀ ବାହାର ବାରଣ୍ଡା ରେ ବସି ପାଠ ପଢୁଛନ୍ତି ଓ ବିଦ୍ୟାଳୟ ଉପର ଦେଇ ବିଦ୍ୟୁତ୍ ତାର ଯାଇଥିବାରୁ ଏହା ଛାତ୍ର ଛାତ୍ରୀଙ୍କ ପାଇଁ ସଙ୍କଟ ପୂର୍ଣ୍ଣ ଅବସ୍ଥା ଅଟେ । ୨୦୧୫ -୨୦୧୬ ମସିହା ରେ କୂର୍ଲୀ ସ୍କୁଲରେ ୧ ,୫୮ ,୦୦୦ ଟଙ୍କା ଖର୍ଚ୍ଚରେ ଶୌଚାଳୟ ନିର୍ମାଣ ହେଇଥିଲା କିନ୍ତୁ ତାହା ନିର୍ମାଣରେ ଦୁର୍ନୀତି ହେଇଅଛି ବୋଲି ଅଞ୍ଚଳବାସି ଅଭିଯୋଗ କରିଛନ୍ତି। ଏହି ଶୌଚାଳୟ ନିର୍ମାଣ କେବଳ ନାମକୁ ମାତ୍ର, ଛାତ୍ର ଛାତ୍ରୀଙ୍କ କୌଣସି ପ୍ରକାର ଉପଯୋଗରେ ଆସିପାରୁନାହିଁ, ବିନା ସେଫଟି ଟାଙ୍କିରେ ଶୌଚାଳୟ ତିଆରି କରାଯାଇଛି ବୋଲି ସ୍କୁଲ ସଭାପତି ଅଭିଯୋଗ କରିଛନ୍ତି । ଏହା ସହ କୁର୍ଲି ଗ୍ରାମବାସୀ ସରକାରଙ୍କ ପାଖରେ 
ଶିକ୍ଷକ ଅଭାବ ପୁରଣ କରିବା ସହ ନୂତନ ଶ୍ରେଣୀ ଗୃହର କାର୍ଯ୍ୟ ଶୀଘ୍ର ଶେଷ କରିବା ପାଇଁ ଦାବି କରିଛନ୍ତି ଏବଂ ଶୌଚାଳୟ ନିର୍ମାଣ ରେ ଦୁର୍ନୀତି ହେଇଥିବା ଉପରେ ନିରପେକ୍ଷ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ସ୍କୁଲ ଉପରେ ବ୍ୟିଦୁତ୍ ତାର ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ବ୍ୟବସ୍ଥା କରାଯାଉ ବୋଲି ଦାବି କରିଛନ୍ତି।

Post a Comment

Previous Post Next Post