କଣ୍ଟାମାଳ,(ମନଧର କର୍ମୀ) କଣ୍ଟାମାଳ ବ୍ଲକ ଘଣ୍ଟାପଡ଼ା ପଞ୍ଚାୟତ ନିକଟସ୍ଥ ମାଣ୍ଡିଆଯୋର ଠାରେ ଜଣେ ୱେଲ୍ଡିଙ୍ଗ ବ୍ୟବସାୟୀଙ୍କ ବୋଲେରୋ ପୀକଅପ୍ ଗାଡ଼ି ଚୋରି ହୋଇଥିବା ଅଭିଯୋଗ ହୋଇଛି ।ମିଳିଥିବା ଅଭିଯୋଗ ଅନୁସାରେ ,ଏହି ମାଣ୍ଡିଆଯୋର୍ ଠାରେ ମନମୁଣ୍ଡା ଥାନା ଅନ୍ତର୍ଗତ ବାହାଯୋର ଗ୍ରାମର ଚୌଧୁରୀ ରଣାଙ୍କ ପୁଅ ରତନ ରଣା (୩୬)ଙ୍କ ପରିବାର ସହିତ ତାଙ୍କ ସାନଭାଇ ମୃତ୍ୟୁଞ୍ଜୟ ରଣା ମଧ୍ୟ ରହୁଥିଲେ ।ରତନ ରଣା ତାଙ୍କ ନିଜ ନାମରେ ଏକ ବୋଲେରୋ ପିକଅପ (ଓଆର୍ ୦୩ ଏଫ୍ ୪୯୦୦)ଗାଡ଼ି କିଣି ନିଜେ ଚଳାଉଥିଲେ ଓ ତାଙ୍କ ସାନ ଭାଇ ଏକ ଲୁହା ୱେଲଡିଂ ଦୋକାନ କରି ପରିବାର ଚଳାଉଥିଲେ ।କିନ୍ତୁ ଗତ ୬ତାରିଖ ଦିନ ତାଙ୍କର ଆଈଙ୍କ ମୃତାହ କାର୍ଯ୍ୟରେ ଯୋଗ ଦେବାପାଇଁ ସାରା ପରିବାର ମାଣ୍ତିଆଯୋର ରୁ ବାହାଯୋର ଗ୍ରାମକୁ ଚାଲିଯାଇଥିଲେ ।ଏହାର ସୁଯୋଗ ନେଇ ୬ତାରିଖ ରାତିରେ ଅଜଣା ଦୁର୍ବୃତ୍ତମାନେ ଆସି ଗାଡ଼ିଟିକୁ ଚୋରି କରି ନେଇଥିଲେ । ତାପରଦିନ ସକାଳୁ ଆସି ଦେଖିଲା ବେଳକୁ ଉକ୍ତ ସ୍ଥାନରେ ଗାଡ଼ିଟି ନ ଥିବା ଦେଖି ରତନ ସଙ୍ଗେ ସଙ୍ଗେ ଘଣ୍ଟାପଡ଼ା ପୋଲିସ କୁ ଖବର ଦେଇଥିଲେ ।ତାପରେ ରତନ ଘଣ୍ଟାପଡା ପୋଲିସ ପାଖକୁ ଆସି ଲିଖିତ ଅଭିଯୋଗ କଲେ ମଧ୍ୟ ଘଣ୍ଟାପଡ଼ା ପୋଲିସ ଅଭିଯୋଗ ଗ୍ରହଣ କରି ନ ଥିଲା ।ଏପରି ଚାରିଚକିଆ ଗାଡ଼ି ଚୋରି ହେବା ଓ ପୋଲିସ ଅଭିଯୋଗ ଗ୍ରହଣ ନ କରିବା କିନ୍ତୁ ଗଞ୍ଜେଇ ପ୍ରତି ଏହି ଘଣ୍ଟାପଡ଼ା ପୋଲିସ ଅଧିକ ତପ୍ତର ଦେଖାଇବା ତାହା କେତେଦୂର ଠିକ୍ ବୋଲି ଅଞ୍ଚଳବାସୀ ପ୍ରଶ୍ନ କରିଛନ୍ତି ।ଏସମ୍ପର୍କରେ ଆମେ ଘଣ୍ଟାପଡ଼ା ଫାଣ୍ଡି ଅଧିକାରୀ ଗଣନାଥ ଥନାପତିଙ୍କୁ ଯୋଗାଯୋଗ କରିବାରୁ ଯୋଗାଯୋଗ ସମ୍ଭବ ହୋଇପାରି ନ ଥିଲା ।ତାପରେ ଅଭିଯୋଗକାରୀ କଣ୍ଟାମାଳ ଥାନାକୁ ଆସି ଲିଖିତ ଅଭିଯୋଗ କରିଥିଲେ ।କଣ୍ଟାମାଳ ପୋଲିସ ଅଭିଯୋଗ ଗ୍ରହଣ କରି ଘଟଣାର ତଦନ୍ତ ଚଳାଇଥିବା କଣ୍ଟାମାଳ ଥାନା ଦାୟିତ୍ବରେ ଥିବା ଡିଏସପି ତପସ୍ଵିନୀ କହଁର ସୂଚନା ଦେଇଛନ୍ତି ।
ବୋଲେରୋ ପିକଅପ୍ ଗାଡ଼ି ଚୋରି,ଥାନାରେ ମାମଲା ରୁଜୁ
ଆଜତକ ଓଡ଼ିଶା
0
Post a Comment