ହରଭଙ୍ଗା,(ସୁଶାନ୍ତ କୁମାର ବେହେରା) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଠାରେ ଭାରତ ର ୭୫ ତମ ଆଜାଦି ର ଅମୃତ ମହୋତ୍ସବ ଉପଲକ୍ଷେ ବ୍ରହ୍ମାକୁମାରୀ ପୁରୁଣା କଟକ ଶାଖା ତରଫରୁ ଗତ ୩ ଦିନ ଧରି ଶିଶୁ ମାନଙ୍କୁ ନେଇ ଏକ ପ୍ରତିଯୋଗିତା ଶିବିର ବୁଧବାର ରେ ଉଦଯାପିତ ହୋଇଛି । ଉଦଯାପନୀ ତଥା ପୁରସ୍କାର ବିତରିଣୀ ଉତ୍ସବ ରେ ପୁରୁଣାକଟକ ଥାନା ଅଧିକାରୀ ଯୋସ୍ନାରାଣୀ କାଉଁରୀ ମୁଖ୍ୟ ଅତିଥି ଓ ସାମ୍ବାଦିକ ସୁକାନ୍ତ ପଟନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରିଥିଲେ । ପୁରୁଣା କଟକ ସେବାକେନ୍ଦ୍ର ମୁଖ୍ୟ ସଂଚାଳିକା ବିକେ କବିତା ସଭା ରେ ଅଧ୍ୟକତା କରିଥିଲେ ବିକେ ଝିଲି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଶିଶୁମାନଙ୍କର ଅନ୍ତର୍ନିହିତ ଶକ୍ତିର ବୃଦ୍ଧି ନିମନ୍ତେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ରେ ପ୍ରାୟ ୫୦ ଜଣ ଛାତ୍ରଛାତ୍ରୀ ତର୍କ ରଚନା ସାଧାରଣ ଜ୍ଞାନ, ଡ୍ରଇଁ,ସଂଗୀତ ଓ ନୃତ୍ୟ ଆଦି ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିଥିଲେ। ବିକେ ପ୍ରଶାନ୍ତ,ବିକେ ବିଶ୍ୱନାଥ,ବିକେ ରିଙ୍କି ପ୍ରମୁଖ ସହଯୋଗ କରିଥିଲେ ।
ତିନି ଦିନିଆ ଶିଶୁ ଶିବିର ଉଦଯାପିତ
ଆଜତକ ଓଡ଼ିଶା
0
Post a Comment