ରାମଗଡ ହାଇସ୍କୁଲ ର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ପରଲୋକ


ହରଭଙ୍ଗା,(ସୁଶାନ୍ତ କୁମାର ବେହେରା) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରାମଗଡ ପଂଚାୟତ ର ରାମଗଡ ହାଇସ୍କୁଲ ର ପ୍ରାଣପ୍ରତିଷ୍ଠାତା, ଛାତ୍ର ବତ୍ସାଳ, ମିଷ୍ଟଭାସି, ଧର୍ମ ପାରାୟଣ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ତ୍ରିଲୋଚନ ମିଶ୍ର ଙ୍କ ଆଜି ପରଲୋକ ହୋଇଛନ୍ତି!ଶ୍ରୀ ମିଶ୍ର ପ୍ରଥମେ ରାମଗଡ ହାଇସ୍କୁଲ ରେ ଶିକ୍ଷକତା ଆରମ୍ଭ କରିବାସହିତ ଏହିଠାରେ ହିଁ ଆବଶର ନେଇଥିଲେ!ତାଙ୍କ ଶିକ୍ଷକତା ସମୟରେ ବୌଦ୍ଧ ଜିଲ୍ଲା ର ରାମଗଡ ହାଇସ୍କୁଲ ଜିଲ୍ଲା ସ୍ତରରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିଲା!ଜିଲ୍ଲା ତଥା ଜିଲ୍ଲା ବାହାରୁ ବହୁ ଛାତ୍ର ଛାତ୍ରୀ ଏହି ବିଦ୍ୟାଳୟ ରେ ଶିକ୍ଷଲାଭ କରି ବାହାରେ କୃତିତ୍ୱ ଅର୍ଜନ କରିଛନ୍ତି!ଶ୍ରୀ ମିଶ୍ର ଅବସର ନେବାପରେ ନିଜ ବାସଭବନ ବିରାମଚନ୍ଦ୍ର ପୁର ରେ ରହୁଥିଲେ!ଗତ କିଛି ଦୀନ ଧରି ଦେହ ଅସୁସ୍ଥ ଥିବାରୁ ତାଙ୍କୁ ଗତ କାଲି ଭୁବନେଶ୍ୱର ର ଏକ ଘରୋଇ ଡାକ୍ତର ରେ ଚିକିତ୍ସା ହେଉଥିଲେ!ଆଜି ଚିକିତ୍ସାଧୀନ ଅବସ୍ଥାରେ ସେ ପରଲୋକ ହୋଇଛନ୍ତି!ତାଙ୍କ ବିୟୋଗ ରେ ଆଜି ରାମଗଡ ପଂଚାୟତ ବାସି, ପୂର୍ବତନ ଛାତ୍ର ଛାତ୍ରୀ, ବିରଚନ୍ଦ୍ର ପୁର ବାସି, ପୁତ୍ର ଗୋପାଳ, ପୁତ୍ର ବଧୂ, ନାତି ନାତୁଣୀ, ଝିଅ ସାବିତ୍ରୀ ଓ ଅଂଚଳ ବାସି ଙ୍କ ମନରେ ଶୋକ ର ଛାୟା ଖେଳିଯାଇଛି ।

Post a Comment

Previous Post Next Post