ବୌଦ୍ଧରେ ଐତିହାସିକ ଗନ୍ଧରାଢୀ ଲୋକକଳା ମହୋତ୍ସବ-୨୦୨୨ର ଉଦ୍‌ଘାଟନୀ ସମାରୋହ


ବୌଦ୍ଧ,(ଶୁଶାନ୍ତ କୁମାର ବେହେରା) ଅଷ୍ଟମ ଶତାଦ୍ଦୀରେ ନିର୍ମିତ ହୋଇଥିବା ହରିହର ପୀଠରେ ନୂତନ ଭାବେ ତ୍ରିବସୀୟ ଗନ୍ଧରାଢୀ ଲୋକକଳା ମହୋତ୍ସବ-୨୦୨୨ର ଆଜି ଉଦଘାଟନ ମହାସମାରୋହରେ ଅନୁଷ୍‌ଠିତ ହୋଇଯାଇଛି । ଏହି  ଅବସରରେ ଆଜି ସକାଳୁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଲୁପ୍ତ ରାଜଧାନୀ ଯଯାତିନଗର ନିକଟସ୍ଥ ମହାନଦୀ କୁଳରୁ ଶତାଧିକ ସଂଖ୍ୟାରେ ମହିଳା ମାନେ ସଙ୍କୀର୍ତନ ମାଧ୍ୟମରେ କଳସ ଶୋଭାଯାତ୍ରାରେ ମନ୍ଦିର ପରିସରରେ ପହଂଚିଥିଲେ । ବ୍ରାହ୍ମଣ ସମାଜର କାର୍ଯ୍ୟକର୍ତାଙ୍କ ପକ୍ଷରୁ ଆୟୋଜିତ ବିଶ୍ୱଶାନ୍ତି ନିମନ୍ତେ ଏବଂ ମହୋତ୍ସବର ସଫଳତା ନିମନ୍ତେ ଯଜ୍ଞ ଅନୁଷ୍ଠିତ ହୋଇଥିଲା ।ଏଥିରେ କର୍ତ୍ତାଭାବେ ମନରଞ୍ଜନ ପୁରୋହିତ ଓ ଭାରତୀ ପୁରୋହିତ ଦାୟିତ୍ଵ ତୁଲାଇଥିଲେ।ଗନ୍ଧରାଢୀ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ମହୋତ୍ସବ ସଚେତନତା ସାଇକେଲ ଶୋଭାଯାତ୍ରା ମହାବିଦ୍ୟାଳୟ ଠାରୁ ବାହାରୀ ନଗର ପରିକ୍ରମା କରି ଗନ୍ଧରାଢୀପୀଠରେ ପହଂଚିଥିଲେ । ସଂଧ୍ୟାରେ ବୌଦ୍ଧ ସହରର ମାଁ ଭୈରବୀପୀଠରୁ, ତେଲିବନ୍ଧ ପନ୍ଥାଇ ଓ ଜହ୍ନ।ପଙ୍କ ହନୁମାନ ମନ୍ଦିର ରୁ ଏକ ମଶାଲ ଶୋଭାଯାତ୍ରା ୫୭ନମ୍ବର ଜାତୀୟ ରାଜପଥ ଦେଇ ଜହ୍ନାପଙ୍କ ଠାରେ ପହଂଚିବା ପରେ ସେଠାରୁ ସ୍ୱାଗତ ସମ୍ବର୍ଦ୍ଧନା ମାଧ୍ୟମରେ ଏକ ବିରାଟ ସାଂସ୍କୃତିକ ଶୋଭାଯାତ୍ରା ମାଧ୍ୟମରେ ଗନ୍ଧରାଢୀ ଠାରେ ପହଂଚିଥିଲା । ଗୋଟିଏ ପୀଠରେ ବିରାଜମାନ କରିଥିବା ହରି ଓ ହରଙ୍କୁ ନୀତିକାନ୍ତି ମାଧ୍ୟମରେ ପୁଜାଧ୍ୱଜା କରି ଐତିହାସିକ ମହୋତ୍ସବର ଉଦ୍‌ଘାଟନ ପର୍ବ ଅନୁଷ୍ଠିତ ହୋଇଥିଲା । କମିଟିର ସଭାପତି ଅଶୋକ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଏକ ଆଲୋଚନା ସଭା ଅନୁଷ୍ଠିତ ହୋଇଥିଲା ।ସହ ସାମ୍ପାଦକ ସ୍ଵାଧୀନ ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥିଲେ। ସାଧାରଣ ସଂପାଦକ ଶମ୍ଭୁ ଗିରି ମହୋତ୍ସବ ଆୟୋଜନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ବିବରଣୀ ପାଠ କରିଥିଲେ । ମୂଖ୍ୟ ଅତିଥି ଭାବେ ବୌଦ୍ଧ ବିଧାୟକ ପ୍ରଦିପ କୁମାର ଅମାତ୍‌,ସମ୍ମାନିତ ଅତିଥି ଭାବେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର,, ଜିଲ୍ଲା ପରିଷଦ ସଭ୍ୟା କଳ୍ପନାରାଣୀ  ସାହୁ, ଉର୍ମିଳା ଝାଙ୍କର, ସଭ୍ୟ ଇଂ ରାକେଶ ତ୍ରିପାଠୀ, ଲକ୍ଷ୍ମୀ ପ୍ରସାଦ ପଂଚାୟତର ସରପଂଚ ଭାରତୀ ପୁରୋହିତ ଯୋଗଦାନ କରି ପୀଠର ବିକାଶ ସଂପର୍କରେ ନିଜ ନିଜ ମତ ଉପସ୍ଥାପନ କରିଥିଲେ । ମୁଖ୍ୟବକ୍ତା ଭାବେ ସାହିତ୍ୟିକ ହାଡିବନ୍ଧୁ ମହାକୁଡ ଯୋଗଦାନ କରି ପୀଠର ମହାନତା ସମ୍ପର୍କରେ ଆଲୋକପାତ କରିଥିଲେ । ବୌଦ୍ଧର ଲୋକକଳା ଓ ସଂସ୍କୃତି ଉପରେ ଆଧାରୀତ କଳାକାରମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ।ଏହାକୁ ପୂଜା ଜେନା ଓ ରଶ୍ମିତା ମେହେର ପରିଚାଳନା କରିଥିଲେ। ଶୋଭାଯାତ୍ରାକୁ କୃତିବାସ ପଲିଆ, ମନୋଜ ଗୁରୁ ପରିଚାଳନା କରିଥିବା ବେଳେ ଯଜ୍ଞ କାର୍ଯ୍ୟକ୍ରମକୁ ପଣ୍ଡିତ ସୁଶୀଲ କୁମାର ପାଣିଗ୍ରାହୀ ଓ ଧିରେନ ଗୁରୁ ଆୟୋଜନ କରିଥିଲେ । ମଂଚ ପରିଚାଳନା ପ୍ରମୋଦ କୁମାର ପ୍ରଧାନ କରିଥିବା ବେଳେ ଉପ ସଭାପତି ବିଦ୍ୟାଧର ସ୍ବାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ଆସନ୍ତା କାଲି ବୌଦ୍ଧର ଲୋକ ସଂସ୍କୃତି ଓ କଳା ସଂପର୍କରେ ଆଲୋଚନା ଚକ୍ର ଅନୁଷ୍ଠିତ ହେବ । ଏଥିରେ ଆଲୋଚକ ଭାବେ ପ୍ର. ଡ. ଜ୍ୟୋତିରଞ୍ଜନ ବହିଦାର, ନାଟ୍ୟଶ୍ରୀ ଗଦାଧର ବାରିକ, ପ୍ର ବାସୁଦେବ ପାତ୍ର, ଗବେଷକ ସୁଦାମ ନାଏକ, କମଳଲୋଚନ ପଣ୍ଡା ଓ ରାଧାକାନ୍ତ ସେଠ୍ ଅଂଶଗ୍ରହଣ କରିବେ ।ଆଜି ଦ୍ୱିତୀୟ ଦିନରସନ୍ଧ୍ୟା ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଦୁଲୁକିବ ଗନ୍ଧରାଡ଼ୀ ମହୋତ୍ସବ

Post a Comment

Previous Post Next Post