ବୌଦ୍ଧ ସି ଡି ଏମ ଓ ଅଭୟ କୁମାର ଦାସ ଙ୍କ ସହ ସ୍ୱତନ୍ତ୍ର ସାକ୍ଷାତକାର

ବୌଦ୍ଧ ଜିଲ୍ଲା ରେ କେତେ ଉନ୍ନତି ଆସିଛି ସ୍ୱାସ୍ଥ୍ୟ ସେବାରେ



ବୌଦ୍ଧ: ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ମନ ମୁଣ୍ଡା ଠାରେ ଥିବା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ବିଭିନ୍ନ ସମସ୍ୟାକୁ ନେଇ ଓ ଜିଲ୍ଲାରେ କିପରି ଚାଲିଛି ସ୍ବାସ୍ଥ୍ୟ ସେବା ସେ ନେଇ ଆମେ ପହଞ୍ଚିଥିଲୁ ସି ଡି ଏମ ଓ ଙ୍କ ବୌଦ୍ଧ କାର୍ଯ୍ୟାଳୟରେ।ଆମେ ଆଲୋଚନା କରିଥିଲୁ ସି ଡି ଏମ ଓ ଙ୍କ ସହ ଦୁଇ ଘଣ୍ଟା ପର୍ଯ୍ୟନ୍ତ।ଡକ୍ଟର ଅଭୟ କୁମାର ଦାସ ଗତ ୧୦/୫/୨୦୨୧ ରେ ବୌଦ୍ଧ ଜିଲ୍ଲାରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ରୂପେ ଭାର ଗ୍ରହଣ କରିବାର ମାତ୍ର ଏକ ବର୍ଷରେ ବହୁତ ଗୁଡ଼ିଏ ଉନ୍ନତି ମୂଳକ କାର୍ଯ୍ୟ କରିଥିବା ବେଳେ ସେଗୁଡିକ ମଧ୍ୟରୁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ପାଣ୍ଠିରୁ ଅନୁଦାନ ଅର୍ଥ ଆଣି ଦୁଇ ମହଲା ବିଶିଷ୍ଟ କୋଠା ନିର୍ମାଣ କାର୍ଯ୍ୟ ଆରମ୍ଭ , ସିମନ୍ସ କମ୍ପାନୀ ତରଫରୁ ସିଟି ସ୍କାନ ର ସୁବିଧା,ପି ଏଚ ଏଚ୍ ୫୦ ସର୍ଯ୍ୟା ବିଶିଷ୍ଟ ବେଡ୍,ସି ଏସ ସି ୨୦ ବେଡ୍ ଓ ପି ଏସ ସି ୬ ସଂଖ୍ୟା ବିଶିଷ୍ଟ ବେଡ୍ କରୋନା ମୁକାବିଲା ପାଇଁ କାର୍ଯ୍ୟ ଜାରି ରହିଛି। କୋରୋନା ଟୀକା ୩ଲକ୍ଷ୍ୟ ୪୬ ହଜାର ୮୧୨ ଜଣଙ୍କୁ ପ୍ରଦାନ କରିବା ,ରାଷ୍ଟ୍ରୀୟ ବାଲ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ଜରିଆରେ ୨୨ ଜଣ ହାର୍ଟ ରୋଗୀ ,୧୪ ଜଣ ପାଦ ଓ ହାତ ବଙ୍କା ଏବଂ ୨୬ ଜଣଙ୍କୁ ଆଖି ଅପରେସନ କରାଇ ଜିଲ୍ଲା ପାଇଁ ଗୌରବ ଆଣିଥିବା ସୂଚନା ଦେଇଛନ୍ତି।ପାଗଳ ଡାକ୍ତର ,କିଡନୀ ଡାକ୍ତର ମୁଖ୍ୟ ଚିକିତ୍ସାଳୟକୁ ମାସକୁ ଦୁଇଥର ଆସୁଥିବା ବେଳେ, ୧୫ ଜଣ ହାର୍ଟ ରୋଗୀଙ୍କୁ ସମ୍ପୁଣ୍ଣ ରୂପେ ଚିକିତ୍ସା ଯୋଗାଇଦେବା ରେ ସମକ୍ଷକ ହୋଇଥିବା ସୂଚନା ଦେଇଛନ୍ତି।ଏମିତି ଅନେକ ଉନ୍ନୟନ ମୂଳକ କାର୍ଯ୍ୟ କରି ସେ ବୌଦ୍ଧ ଜିଲ୍ଲା ରେ ସ୍ବାସ୍ଥ୍ୟ ସେବା କୁ ତୁରାନିତ କରିବା ପାଇଁ ଅଣ୍ଟା ଭିଡି ଥିବା ଖବର ପାଇ ଆମେ ମଧ୍ୟ ଗର୍ବ ଅନୁଭବ କରିଥିଲୁ । ଜଣେ ଡାକ୍ତର ମାତ୍ର ଗୋଟିଏ ବର୍ଷ ରେ ଏତିକି ମାତ୍ରାରେ ଯଦି ସ୍ବାସ୍ଥ୍ୟ ସେବା ଦିଗକୁ ଅଗ୍ରଗତି କରିବାରେ ସହାୟକ ହୋଇଛନ୍ତି ତାହା ହେଲେ ଆଗାମୀ ଦିନରେ ବୌଦ୍ଧ ଜିଲ୍ଲାରେ ସ୍ବାସ୍ଥ୍ୟ ସେବା ପାଇବାରେ ନିଶ୍ଚିତ ରୂପେ ଉପକୃତ ହେବେ ବୋଲି ମନେ ହୁଏ।କିଛି ତଳ ସ୍ତରର କର୍ମଚାରୀ ଙ୍କ ଯୋଗୁଁ ଅବ୍ୟବସ୍ଥା ଘେରକୁ ସ୍ବାସ୍ଥ୍ୟ ସେବା ଟାଣି ହୋଇଯାଉଥିବା କହି ଦୁଃଖ ପ୍ରକାଶ କରିଥିଲେ ଡାକ୍ତର ଅଭୟ କୁମାର୍ ଦାସ।ଶେଷରେ ଯଦି ସମସ୍ତେ ରୋଗୀ ଓ ଡାକ୍ତର ଖାନା ମାନକରେ ଧ୍ୟାନ ଦେଇ ରୋଗୀଙ୍କୁ ଉଚିତ୍ ସେବା ଯୋଗାଇ ଦେଲେ ବୌଦ୍ଧ ଜିଲ୍ଲାକୁ ରୋଗ ମୁକ୍ତ ଜିଲ୍ଲା କରିହେବ ବୋଲି ଦୃଢତାର ସହ କହିଛନ୍ତି।ଅନ୍ୟପକ୍ଷରେ ଦୁର୍ଗମ ଅଞ୍ଚଳରେ ମେଲେରିଆ ନିରାକରଣ ଦମନ କରି ବୌଦ୍ଧ ଜିଲ୍ଲାର ଡାକ୍ତର ମଦନ ମୋହନ ପ୍ରଧାନ ଓଡ଼ିଶା ସରକାରଙ୍କ ତରଫରୁ ପୁରସ୍କୃତ ହୋଇ ପ୍ରଶଂସାର ପାତ୍ର ହୋଇଥିବା ସୂଚନା ମିଳେ।ଅନେକ ସମୟରେ ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଅଭୟ କୁମାର୍ ଦାସ ବୌଦ୍ଧ ଜିଲ୍ଲାର ଅନେକ ଡାକ୍ତର ଖାନା କୁ ଯାଇ ସ୍ତ୍ରୀ ଓ ପ୍ରସୂତି ବିଭାଗର ରୋଗୀଙ୍କୁ ସେବା ଯୋଗାଇ ଦେବା ଚର୍ଚ୍ଚାର ବିଷୟ ହୋଇରହିଛି।ଗଣ ମାଧ୍ୟମକୁ ସୂଚନା ଦେଇଛନ୍ତି ଡାକ୍ତର ଦାସ ଯେ କେତେକ ଦୁର୍ଗମ ଅଞ୍ଚଳରେ ଥିବା ଶବ୍ ସେଣ୍ଟର୍ ଗୁଡିକରେ ମୋବାଇଲ ସେବା ପହଞ୍ଚି ପାରୁ ନଥିବାରୁ ସେଠାରେ ନାହିଁ ନଥିବାଅସୁବିଧାର ସମ୍ମୁଖୀନ ହେଉଥିବା ଡାକ୍ତରୀ ଦଳଙ୍କୁ ଉକ୍ତ ସ୍ଥାନ ମାନଙ୍କରେ ମୋବାଇଲ ସେବା ସରକାର ଙ୍କ ତରଫରୁ ଯୋଗାଇଦେବାକୁ ସୂଚନା ଦେବାକୁ ଅନୁରୋଧ କରିଛନ୍ତି। ସେଗୁଡିକ ମଧ୍ୟରୁ ହେଲା ବୌଦ୍ଧ ବ୍ଲକର ଆମ୍ବଝରି ସବ ସେଣ୍ଟର ର କମର୍କୁଡ଼ା,ମାତା ଗାଡୁ,ହରଭଙ୍ଗା ବ୍ଲକର ମଲ୍ଲିକ ପଡ଼ା, ଛତ୍ରଙ୍ଗ, ଆଡେନିଗଡ,ତଳ ଗାଁ ଏହି ସବୁ ସ୍ଥାନରେ ମୋବାଇଲ ସେବା ଯୋଗାଇ ଦେବାକୁ ସେ ସରକାରଙ୍କୁ ଗଣ ମାଧ୍ୟମ ଜରିଆରେ ସୂଚନା ଦେଇଛନ୍ତି।

Post a Comment

Previous Post Next Post