ଉଲୁଣ୍ଡା ବ୍ଲକ ଦକ୍ଷିଣୀପାଳି ଖେଳ ପଡିଆରେ ନେହେରୁ ଯୁବା କେନ୍ଦ୍ର ସୋନପୁର ତରଫରୁ ବିଶ୍ୱ ସାଇକେଲ ଦିବସ ପାଳିତ ହୋଇଯାଇଛି ଏଥିରେ ମୁଖ୍ୟ ଅତିଥିଭାବେ ଭାରତୀୟ ସେନାରେ କାର୍ଯ୍ୟରତ ଯବାନ ସୁନୀଲ କାନ୍ଦୁଲନା ପ୍ରକୃତିବନ୍ଧୁ ଶମ୍ଭୁରାଜ କର୍ଣ୍ଣ ସାମିଲ ହୋଇ ପ୍ରଦୂଷଣ ରୋକିବା ସହିତ ଶରୀର ସୁସ୍ଥତା ପାଇଁ ସାଇକେଲ ବ୍ୟବହାର ନିହାତି ଆବଶ୍ୟକ ବୋଲି ଉପସ୍ଥିତ ଯୁବକ ଯୁବତୀଙ୍କୁ ପ୍ରବର୍ତ୍ତାଇଥିଲେ ଶେଷରେ ନେହେରୁ ଯୁବା କେନ୍ଦ୍ର ସୋନପୁର ତରଫରୁ ଉତ୍ସର୍ଗୀକୃତ ହକି ଖେଳ ପାଇଁ ଜର୍ସି ପ୍ରଦାନ କରାଯାଇଥିଲା ବଣ୍ଟନ କାର୍ଯ୍ୟକ୍ରମକୁ ସ୍ବେଚ୍ଛାସେବୀ ହୃଷିକେଶ ଦେହେରୀ ପରିଚାଳନା କରିଥିବା ବେଳେ ସାମ୍ବାଦିକ ଶୁଭମ ପଟ୍ଟନାୟକ ଉପସ୍ଥିତରହିଥିଲେ ଏଥିରେ ସାଇକେଲ ରାଲି ରେ ମୋଟ ୧୮ ଝିଅ ଓ ୧୫ ଯୁବକ ସାମିଲ ହୋଇ ଖେଳ ପଡିଆରୁ ମାଟୁପାଲି ପର୍ଯ୍ୟନ୍ତ ଯାତ୍ରା କରିଥିଲେ ଶେଷରେ ସୁବାଷ ବର୍ଲା ଧନ୍ୟବାଦ ଦେଇଥିଲେ
ବିଶ୍ୱ ସାଇକେଲ ଦିବସ ପାଳିତ
ଆଜତକ ଓଡ଼ିଶା
0
Post a Comment