ମହିଳା ଯୋଗାଣ ସହାୟକ ଙ୍କ ମହା ଦୁର୍ନୀତି

ଲୁଣିବାହାଲ ପଞ୍ଚାୟତ ଯୋଗାଣ ଦୁର୍ନୀତି ର ଫିଟୁଛି ମହା ଗୁମର 

ଭୁତ ଖାଇଯାଉଛିକି ରାସନ ସାମଗ୍ରୀ 


ବୌଦ୍ଧ,(ସୁଶାନ୍ତ କୁମାର ବେହେରା) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଲୁଣିବାହାଲ ପଂଚାୟତ ଯୋଗାଣ ସାମଗ୍ରୀ ର ମହାଦୁର୍ନୀତି ଏବେ ଚର୍ଚ୍ଚା ର ବିଷୟ ପାଲଟିଛି!ପୁଣି ଗୋଟିଏ ଗୋଟିଏ ଦୁର୍ନୀତି ର ଗୁମର ଫିଟୁଛି!ଏହି ପଂଚାୟତ ର ଯୋଗାଣ ସାମଗ୍ରୀ ହେର ଫେର ଦୁର୍ନୀତି କୁ ନେଇ ନୀଳମ୍ବିତ ହୋଇଥିବା ଯୋଗାଣ ସହାୟିକା ବଲ୍ଲବୀ ପ୍ରଧାନ ଙ୍କ ନାମରେ ଗୋଟିଏ ପରେ ଗୋଟିଏ ଯୋଗାଣ ଦୁର୍ନୀତି ର ଛାପ ଲାଗୁଛି। ସୂଚନା ମତେ ନିଲମ୍ବିତ ବଲ୍ଲବୀ ପ୍ରଧାନ ଯୋଗାଣ ଥିବା ସମୟରେ ଏକ ମୃତ ବ୍ୟକ୍ତି ଙ୍କ ନାମରେ ରାସନ ସାମଗ୍ରୀ ଉଠାଣ କରି ଚଳୁ କରୁଥିବା ଅଭିଯୋଗ ଆସିଛି। ଲୁଣିବାହାଲ ପଂଚାୟତ ଝାରକଟା ଗ୍ରାମର ଦଇମତି ଭୋକ୍ତା ରାସନ ନଂ( ୦୬୦୨୧୦୧୧୫୪୧) ଗତ  ୧୪/୦୧/୨୦୨୦ ରେ ମୃତ୍ୟୁ ବରଣ କରିଥିଲେ।ତାଙ୍କ ନାମରେ ରାସନ ସାମଗ୍ରୀ ୧୯/୧୦/୨୦୨୧ ରୁ ୨୫/୦୩/୨୦୨୨. ପର୍ଯ୍ୟନ୍ତ ରାସନ ସାମଗ୍ରୀ ଉଠାଣ ହୋଇ ତାଙ୍କ ପରିବାର କୁ ହସ୍ତାନ୍ତର ନ କରି ନିଜେ ଯୋଗାଣ ସହାୟିକା ଚଳୁ କରିଥିବାର ଅଭିଯୋଗ ଆଣିଛନ୍ତି ମୃତା ଦଇମତି ଭୋକ୍ତା ଙ୍କ ସ୍ୱାମୀ ସୁବାସ ଭୋକ୍ତା!ଏବଂ ସେ ତାଙ୍କ ସ୍ତ୍ରୀ ନାମରେ ହଡ଼ପ ହୋଇଥିବା ରାସନ ସାମଗ୍ରୀ ଉଚିତ ତଦନ୍ତ କରାଯାଇ ଉଚିତ ନ୍ୟାୟ ପ୍ରଦାନ କରାଯାଉ ବୋଲି ବ୍ଲକ ପ୍ରଶାସନ କୁ ଅଭିଯୋଗ ଆଣିଛନ୍ତି।




Post a Comment

Previous Post Next Post