ନଳବାହାର ଛକ ନିକଟରେ ଭାରସାମ୍ୟ ହରାଇ ଓଲଟିଲା ଗୋରୁ ବୋଝେଇ ପିକଅପ, ଡ୍ରାଇଭର ଓ ହେଲ୍ପର ଫେରାର


ବାଲେଶ୍ୱର,(ପ୍ରଭାକର ମଲ୍ଲିକ) ସୂଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତରଗତ ନଳବାହାର ଛକ ନିକଟରେ ଗୋରୁ ବୋଝେଇ ପିକପ ଭାରସାମ୍ୟ ହରାଇ ଓଲଟି ପଡିଥିଲା ତେବେ ପ୍ରତେକ ଦିନ ଓଡିଶାରୁ ପଶ୍ଚିମବଙ୍ଗକୁ ୬୦ନ ଜାତୀୟ ରାଜପଥ ଦେଇ ଶହ ଶହ ଗୋରୁ ଟ୍ରକଓ ପିକପ ସାହାର୍ଯ୍ୟରେ ଦଲାଲ ମାନଙ୍କ ଦ୍ୱାରା ଚୋରା ଚାଲାଣ ହେଉଛି !ଏହାକୁ ରୋକ ଲଗାଇବାପାଇଁ ବାଲେଶ୍ଵର ଜିଲ୍ଲା ପୋଲିସ ବାରମ୍ବାର ଚେଷ୍ଟା କରୁଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରୁ ନ ଥିବାର ଦେଖିବାକୁ ମିଳିଛି । ତେବେ ଆଜି ସକାଳ ୧୦ ଟା ସମୟରେ ଓଡିଶାରୁ ଓଡ଼ି-୦୧-ଏଜେ-୫୨୭୦ ନମ୍ବର ପିକଅପ ଟି ଗୋରୁ ବୋଝେଇ କରି ପଶ୍ଚିମବଙ୍ଗକୁ ଚୋରା ଚାଲାଣ କରୁଥିଲା ବେଳେ ଆଜି ୬୦ ନମ୍ବର ଜାତୀୟ ରାଜପଥ ନଳବାହାର ଛକ ନିକଟରେ ଭାରସାମ୍ୟ ହରାଇ ଓଲଟିଲା ଗୋରୁ ବୋଝେଇ ପିକଅପ, ଡ୍ରାଇଭର ଓ ହେଲ୍ପର, ଗଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ ତେବେ ସ୍ଥାନୀୟ ଲୋକେ ଗରୁ ଗୁଡିକ ଉଦ୍ଧାର କରିଥିଲେ । ଖବର ପାଇ ବସ୍ତା ପୋଲିସ ଅଧିକ ତଦନ୍ତ କରୁଥିବାର ଦେଖିବାକୁ ମିଳିଛି।

Post a Comment

Previous Post Next Post