ଆଞ୍ଚଳିକ ପଂଚାୟତ ମହାବିଦ୍ୟାଳୟ ହରଭଙ୍ଗା ଠାରେ ମାଗଣା ସ୍ୱାସ୍ଥ୍ୟ ଶିବିର


ବୌଦ୍ଧ (ସୁଶାନ୍ତ କୁମାର ବେହେରା) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରେ ଆସନ୍ତା ରବିବାର ଦିନ ହରଭଙ୍ଗା ଆଞ୍ଚଳିକ ପଞ୍ଚାୟତ (ଜୁନିୟର) କଲେଜ ପ୍ରାଙ୍ଗଣରେ ଚିତଜ୍ଞାନୀ ଚାରିଟେବୁଲ ଟ୍ରଷ୍ଟ ଆନୁକୂଲ୍ୟରେ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହେବାକୁଯାଉଛି । ଏହି ଶିବିରରେ ୬୦ବର୍ଷରୁ ଊର୍ଦ୍ଧ୍ୱ ବରିଷ୍ଠ ନାଗରିକଙ୍କ ସହିତ କିଡନୀ ରୋଗୀଙ୍କ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ । ଏହି କାର୍ଯ୍ୟକ୍ରମରେ କଟକ, ବୁର୍ଲ୍ଲା ଏବଂ ଭୂବନେଶ୍ୱର ମେଡିକାଲ କଲେଜର ଚିକିତ୍ସକ ବିଶେଷଜ୍ଞ ମାନଙ୍କ ଦ୍ୱାରା ଅତ୍ୟାଧୁନିକ ଇ.ସି.ଜି, ଏକ୍ସରେ ସହିତ ରକ୍ତ ପରୀକ୍ଷା କରାଯାଇ ରୋଗ ନିରୂପଣ ସାଙ୍ଗକୁ ଚିକିତ୍ସା କରାଯିବ । ଏ ନେଇ ଆଜି ଡାକବାଜି ଯନ୍ତ୍ର ସାହାଯ୍ୟରେ ଗାଁ ଗାଁ ବୁଲି ପ୍ରଚାର କରାଯାଇଛି । ସକାଳ ୮ଟାରୁ ୧୨ଟା ମଧ୍ୟରେ ବରିଷ୍ଠ ନାଗରିକମାନେ ବୟସ ପ୍ରମାଣ ପତ୍ର ସହ ପଞ୍ଜୀକରଣ କରି ମାଗଣା ସ୍ୱାସ୍ଥ୍ୟସେବାର ସୁଯୋଗ ନେବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି ।

Post a Comment

Previous Post Next Post