ହରଭଙ୍ଗା ବ୍ଲକ ରେ ବାଲ୍ୟ ବିବାହ ବିରୋଧ ଓ ଶିଶୁ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ର ପଥପ୍ରାନ୍ତ ନାଟକ ଉଦଯାପିତ


ହରଭଙ୍ଗା (ସୁଶାନ୍ତ କୁମାର ବେହେରା) : ବୌଦ୍ଧ ଜିଲ୍ଲା ନେହେରୁ ଯୁବ କେନ୍ଦ୍ର ଓ ୟୁନିସେଫ ର ମିଳିତ ଆନୁକୂଲ୍ୟରେ ବୀଣାପାଣି ସାହିତ୍ୟ କଳା ସଂସଦ ବୌଦ୍ଧର କଳାକାର ମାନଙ୍କ ଦ୍ବାରା ହରଭଙ୍ଗା ବ୍ଲକରେ ବିଭିନ୍ନ ସ୍ଥାନରେ ବାଲ୍ୟବିବାହ ଓ ଶିଶୁ ସୁରକ୍ଷା ସଚେତ ପଥପ୍ରାନ୍ତ ନାଟକ ସଙ୍କୁଲୋଇ ଗ୍ରାମରେ ଉଦଯାପିତ ହୋଇଯାଇଛି । ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ସଙ୍କୁଲୋଇ ସରପଞ୍ଚ ସୁଶ୍ରୀତା ଛନ୍ଦ, ସମ୍ମାନିତ ଅତିଥି ଭାବରେ ସମାଜସେବୀ ସତ୍ୟବାଦୀ ଚାଉଳିଆ, ଅଙ୍ଗନୱାଡ଼ି କର୍ମୀ ଶିବାନୀ ପ୍ରଧାନ, ଆଶା କର୍ମୀ ଜିନା ବାଘ ଓ ସଙ୍କୁଲୋଇ ଏମବିକେ ପ୍ରମିତା ଚାଉଳିଆ ଯୋଗ ଦେଇ କାର୍ଯ୍ୟକ୍ରମ କୁ ସ୍ୱାଗତ ଯୋଗ୍ୟ ବୋଲି ମତବ୍ୟକ୍ତ କରିବା ସହ ଉପସ୍ଥିତ ଦର୍ଶକ ମାନଙ୍କୁ ଝିଅ ମାନଙ୍କୁ ୨୧ ବର୍ଷ ନେହବା ପର୍ଯ୍ୟନ୍ତ ବିବାହ ନକରିବାକୁ ଶପଥ କରାଇଥିଲେ । ଉଦଯାପନୀ ଦିବସରେ ଛତ୍ରଙ୍ଗ ପଞ୍ଚାୟତର ଭାଲିଆଗୋରା, ହରଭଙ୍ଗା ପଞ୍ଚାୟତର ଭେଜିଗୋରା, ବୁକେସିଙ୍ଗା, ସଙ୍କୁଲୋଇ ପଞ୍ଚାୟତର କମ୍ଭୁନାଥପୁର, ନୂଆପଡ଼ା ରେ ନାଟକ ପରିବେଷଣ ସରିବା ପରେ ସଙ୍କୁଲୋଇ ଗାଁ ରେ ପଥପ୍ରାନ୍ତ ନାଟକ ଉଦଯାପିତହୋଇଥିଲା । ଏହି କାର୍ଯ୍ୟକ୍ରମକୁ ନେହେରୁ ଯୁବ କେନ୍ଦ୍ରର କର୍ମ କର୍ତ୍ତା ସୁଧିର ଦୀପ ପରିଚାଳନା କରିଥିଲେ । ବୀଣାପାଣି ସାହିତ୍ୟ କଳା ସଂସଦ ବୌଦ୍ଧର କଳାକାର ଭାବେ ସୁମନ୍ତ ଭୋଇ, ଛନ୍ଦା ଚରଣ ଭୋଇ, ରୁନାଲିସା ମାଝୀ, ସୌମ୍ୟା ଦୀପ , ରାଜବୀର ଦୀପ, ଶିବମ ସାଗର, ବିରେନ୍ଦ୍ର ସାହୁ ପ୍ରମୁଖ ନାଟକ ପରିବେଷଣ କରିଥିଲେ ।

Post a Comment

Previous Post Next Post