ସୁବର୍ଣ୍ଣପୁର (ଗଣପତିବାଘ ) ଅଘୋଷିତ ବିଦ୍ୟୁତ୍ କାଟକୁ ନେଇ ସୁବର୍ଣ୍ଣପୁର ଜିଲ୍ଲା ବିନିକା ବିଦ୍ୟୁତ ଉପଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ରେ ତାଲା ପକାଇଲେ ସଚେତନ ନାଗରିକ । ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅଞ୍ଚଳରେ ପ୍ରତିଦିନ ଅଧରାତିରେ ଅଘୋଷିତ ବିଦ୍ୟୁତ କାଟ ବନ୍ଦ କରିବା ପାଇଁ ବିନିକା ସଚେତନ ନାଗରିକ ପକ୍ଷରୁ ଗତ ୨୮ ତାରିଖରେ ବିଦ୍ୟୁତ ବିଭାଗ ଏସଡିଓଙ୍କୁ ଦାବିପତ୍ର ଦିଆଯାଇଥିଲା । ହେଲେ ଅବସ୍ଥା ୩ଦିନ ଭିତରେ ନ ସୁଧୁରିବାରୁ ଆଜି ବିନିକା ଉପଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ ତାଲା ପକାଇ ଧାରଣାରେ ବସିଛନ୍ତି ଅଞ୍ଚଳର ସଚେତନ ନାଗରିକ। ଯେତେଦିନ ପର୍ଯ୍ୟନ୍ତ ସମସ୍ୟା ସମାଧାନ ପାଇଁ ଲିଖିତ ପ୍ରତିଶୃତି ନମିଲେ କାର୍ଯ୍ୟାଳୟ ସମ୍ମୁଖରେ ତାଲା ପକାଇ ଧାରଣାରୁ ଓହରିବେବେ ନାହିଁ ବୋଲି କହିଛନ୍ତି । ବିଦ୍ୟୁତ କାଟ ହେଉଥିବାରୁ ବିନିକା ଅଞ୍ଚଳର ଛାତ୍ର ଛାତ୍ରୀଙ୍କ ପାଠ ପଢାରେ ଅସୁବିଧା ହେବା ସହ ରାତ୍ରୀ ସମୟରେ ଅସାମାଜିକ ବ୍ୟକ୍ତିଙ୍କ ପ୍ରାଦୁର୍ଭାବ ବୃଦ୍ଧି ହେଉଛି । ଫଳରେ ଲୋକେ ଏହି ଗ୍ରୀଷ୍ମ ପ୍ରବାହ ସମୟରେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉ ଥିବା ଅଭିଯୋଗ କରିଛନ୍ତି ବିନିକା ସଚେତନ ନାଗରିକ।
ଅଘୋଷିତ ବିଦ୍ୟୁତ କାଟ ପ୍ରତିବାଦରେ ଇଲେକ୍ଟ୍ରି ଅଫିସରେ ତାଲା
ଆଜତକ ଓଡ଼ିଶା
0
Post a Comment