ଉନ୍ଦେର ନଦୀରେ ନିର୍ମାଣ ହୋଇନି ଖରାଦିନାଆ ରାସ୍ତା


ବଙ୍ଗୋମୁଣ୍ଡା,(ଆଜତକ୍ ଓଡ଼ିଶା) ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ମମିଆ ଦେଇ ତୁରକେଲା ସଂଯୋଗ କରୁଥିବା ମମିଆ ତୁରେକେଲା ନଦୀ ରାସ୍ତାରେ ପ୍ରତିବର୍ଷ ନଦୀରେ ବର୍ଷାଦିନ ପରେ ବାଲି ଓ ମାଟି ପକାଇ ଖରାଦିନିଆ ରାସ୍ତା ନିର୍ମାଣ କରାଯାଇଥାଏ । ଏହି ରାସ୍ତା ଦେଇ ବରକାନି, କାଳକୂଟ, ଝିଙ୍କିପଡା, ସାଲେମୁଡ଼ଗା, ଦାବଝର ନିକଟସ୍ଥ କଳାହାଣ୍ଡି ଜିଲ୍ଲାର ମହାଳିଙ୍ଗ ଅଞ୍ଚଳର ଜନସାଧାରଣ ଏହି ନଦୀରାସ୍ତା ବ୍ୟବହାର କରିଥାନ୍ତି । ଏହି ନଦୀ ରାସ୍ତାରେ ଖରାଦିନିଆ ରାସ୍ତା ନିର୍ମାଣ ହୋଇନଥିବାରୁ ଅଞ୍ଚଳ ର ଜନସାଧାରଣ ଦଶ କିମି ବୁଲି ଯିବାକୁ ପଡୁଛି । ଚଳିତ ଡିସେମ୍ବର ସରିବାକୁ ବସିଲାଣି କିନ୍ତୁ ପ୍ରଶାସନ ତରଫରୁ ଏ ପର୍ଯ୍ୟନ୍ତ ଜନସାଧାରଣଙ୍କ ଗମନାଗମନ ପାଇଁ କୌଣସି ପ୍ରକାର ବ୍ୟବସ୍ଥା କରାଯାଇନାହିଁ । ପ୍ରଶାସନ ତୁରନ୍ତ ରାସ୍ତା ନିର୍ମାଣ ଦିଗରେ ପଦକ୍ଷେପ ନେବାକୁ ବଲାଙ୍ଗୀର ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭ୍ୟ ତଥା ସମାଜସେବୀ ଅମରେନ୍ଦ୍ର ନନ୍ଦ ସହ ଜନସାଧାରଣ ଦାବୀକରିଛନ୍ତି ।

Post a Comment

Previous Post Next Post