ବୌଦ୍ଧ,(ସୁଶାନ୍ତ କୁମାର ବେହେରା) ଭାରତ ବର୍ଷର ସର୍ବପ୍ରଥମ ଯୁବସଂଘ ଅଖିଳ ଭାରତ ଯୁବସଂଘ ଏ.ଆଇ.ଓ୍ବାଇ.ଏଫ ର ୬୩ତମ ପ୍ରତିଷ୍ଠା ଦିବସ ଅବସରରେ ଆଜି ଛତ୍ରଙ୍ଗସ୍ଥ କାର୍ଯ୍ୟାଳୟ ଠାରେ ଏହାର ଲଢୁଆ ପତାକାକୁ ଉତ୍ତୋଳନ କରାଯାଇଛି । ଆଜି ବେକାରୀରେ ଭାରତବର୍ଷ ରେକର୍ଡସୃଷ୍ଟି କରିଥିବାବେଳେ ନିଯୁକ୍ତି କ୍ଷେତ୍ରସୃଷ୍ଟି କ୍ଷେତ୍ରରେ ସମସ୍ତ ସରକାର ମାନେ ପଛୁଆ । ନିଜେ ସରକାର ଆଉଟସୋର୍ଶିଂ ନିଯୁକ୍ତି ଦ୍ବାରା ଯୁବକମାନଙ୍କ ଶ୍ରମକୁ ଶୋଷଣ କରୁଛନ୍ତି । ଯୁବକମାନଙ୍କର ଦେଶ କୁହାଯାଉଥିବା ଭାରତବର୍ଶରେ ମାନବସମ୍ବଳର ଉପଯୁକ୍ତ ସୁବିନିଯୋଗ ନହେବା ଦୁଃଖ ତଥା ପରିତାପର ବିଷୟ ।ଏ ସବୁ ସମସ୍ୟାର ସମାଧାନ ପାଇଁ ଯୁବସଂଘର ଶାଖାକୁ ପ୍ରତିଗ୍ରାମରେ ସଶକ୍ତ କରିବା ପାଇଁ ଜାତୀୟ ଉପସଭାପତି ଅବକାଶ ସାହୁ ଆହ୍ବାନ ଯଣାଇଥିଲେ ।ଅନ୍ୟମାନଙ୍କ ମଧ୍ୟରେ ଅଶୋକ ମିଶ୍ର ରଞ୍ଜନ ହଂସ ରଞ୍ଜନ ବଗର୍ତ୍ତୀ,ହରିହର ସାହୁ,ଶରତ ବେହେରା ଆନନ୍ଦ ମହାକୁଡପ୍ରମୁଖ ଉପସ୍ଥିତ ଥିଲେ ।
ଅଖିଳ ଭାରତ ଯୁବସଙ୍ଘ ର ୬୩ତମ ପ୍ରତିଷ୍ଠା ଦିବସ ପାଳିତ
ଆଜତକ ଓଡ଼ିଶା
0
Post a Comment