ସୁବର୍ଣ୍ଣପୁର(ଗଣପତିବାଘ)ସୁବର୍ଣ୍ଣପୁର ଜିଲ୍ଲା ସ୍ଥାନୀୟ ନୂତନ ଟାଉନ ହଲ ଠାରେ ଆନ୍ତର୍ଜାତୀୟ ଶ୍ରମିକ ଦିବସ ୨୦୨୨ ପାଳିତ ହୋଇଯାଇଛି ।ଜିଲ୍ଲା ଶ୍ରମ ଅଧିକାରୀ ଦିଲେଶ୍ବର ଖାଖାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁପାର ଠାଲା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶ, ପ୍ରକଳ୍ପ ନିର୍ଦ୍ଦେଶକ ଡୋଲାମଣୀ ପଟେଲ , ଉପଜିଲ୍ଲାପାଳ ନିହାର ରଂଜନ କହଁର ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଶ୍ରମିକମାନଙ୍କ ବିଭିନ୍ନ ସୁବିଧା ସୁଯୋଗ ଉପରେ ଆଲୋଚନା କରିଥିଲେ ।ଏହି ଅବସରରେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲାଲ ପଂଜିକୃତ ନିର୍ମାଣ ଶ୍ରମିକ , ଅଣ ସଂଗଠିତ ଶ୍ରମିକମାନଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା ।ତେବେ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ଛଅଗୋଟି ବ୍ଲକରୁ ନିର୍ମାଣ ଶ୍ରମିକମାନେ ଯୋଗଦେଇଥିଲେ ।ଶ୍ରମିକମାନଙ୍କ ସର୍ବନିମ୍ନ ମଜୁରୀ କୁ ରାଜ୍ୟ ସରକାର ବୃଦ୍ଧି କରିଥିବାରୁ ଶ୍ରମିକମାନେ ଖୁସୀ ବ୍ୟକ୍ତ କରିଥିବା ବେଳେ ଶ୍ରମିକମାନଙ୍କ ସାମାଜିକ ସୁରକ୍ଷା ଉପରେ ଶ୍ରମ ବିଭାଗ ସଚେତନ ଥିବା କହିଛନ୍ତି ଜିଲ୍ଲା ଶ୍ରମ ଅଥିକାରୀ ।
ସୁବର୍ଣ୍ଣପୁର ଜିଲ୍ଲାରେ ଆର୍ନ୍ତଜାତୀୟ ଶ୍ରମିକ ଦିବସ ପାଳିତ
ଆଜତକ ଓଡ଼ିଶା
0
Post a Comment