ମର୍ମଦୁନ୍ତ ସଡ଼କ ଦୁର୍ଘଟଣା ରେ ରାସ୍ତା ତଳକୁ ଖସିଲା କାର

ଡ୍ରାଇଭର ସମେତ ପରିବାର ର ସ୍ୱାମୀ, ସ୍ତ୍ରୀ ଓ ଝିଅ ଗୁରୁତର


ହରଭଙ୍ଗା,(ସୁଶାନ୍ତ କୁମାର ବେହେରା) ଖୋର୍ଦ୍ଧା -ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥ ବୌଦ୍ଧ ଜିଲ୍ଲାରେ ମର୍ମଦୁନ୍ତ ସଡ଼କ ଦୁର୍ଘଟଣା।ଦୁର୍ଘଟଣାରେ ଡ୍ରାଇଭର ସମେତ ପରିବାର ର ତିନିଜଣ ଗୁରୁତର।ଗୁରୁତର ଙ୍କୁ ବୌଦ୍ଧ ରୁ ବୁର୍ଲା ବଡ ଡାକ୍ତର ଖାନାକୁ ସ୍ଥାନାନ୍ତରିତ।ସୂଚନା ମତେ କଟକ ଜିଲ୍ଲା ନରସିଂହପୁର ଗ୍ରାମର ଆମ୍ବୁଜା ଲୋଚନ ମହାନ୍ତି ଙ୍କ ପରିବାର ସୁରଞ୍ଜିତା ମହାନ୍ତି ଓ ଝରଣା ନାୟକ, ଡ୍ରାଇଭର ପି. ମହାପାତ୍ର କୋଣସି କାର୍ଯ୍ୟ ରେ OD.02AG.1666 ନଂ ଏକ କାର ଯୋଗେ ସମ୍ବଲପୁର ଯାଉଥିଲେ!ଯାଉଥିଲା ସମୟରେ ୫୭ନଂ ଜାତୀୟ ରାଜପଥ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଲାଣ୍ଡିବନ୍ଦ ଛକ ନିକଟରେ ଭାରସାମ୍ୟ ହରାଇ କାରଟି ଏକ ଗଛରେ ଦୁର୍ଘଟଣା ଘଟି ବିଲ ତଳକୁ ଖସି ଯାଇଥିଲା। ଘଟଣା ସ୍ଥଳରୁ ସ୍ଥାନୀୟ ଲୋକେ ଦୁର୍ଘଟଣା ଗ୍ରସ୍ତ ଚାରି ଜଣକୁ ଆମ୍ବୁଲାନ୍ସ ଯୋଗେ ବୌଦ୍ଧ ଡାକ୍ତର ଖାନାକୁ ପଠାଇ ଥିଲେ!ସମସ୍ତେ ଗୁରୁତର ଥିବାରୁ ବୌଦ୍ଧ ଡାକ୍ତର ଖାନରୁ ଚାରି ଜଣକୁ ବୁର୍ଲା ସ୍ଥାନାନ୍ତରିତ କରାଯାଇ ଥିବାର ସୂଚନା ମିଳିଛି।

Post a Comment

Previous Post Next Post