ହରଭଙ୍ଗା ବ୍ଲକରେ ଥମିବାର ନାଁ ନେଉନି ମନରେଗା ଦୁର୍ନୀତି

ଧଳପୁରରେ ସପକ୍ଷ ଓ ବିପକ୍ଷ ଗୋଷ୍ଠିଙ୍କ ମଧ୍ୟରେ ଧସ୍ତାଧସ୍ତି



ହରଭଙ୍ଗା,(ସୁଶାନ୍ତ କୁମାର ବେହେରା) ହରଭଙ୍ଗା ବ୍ଲକରେ ଥମିବାର ନାଁ ନେଉନି ମନରେଗା ଦୁର୍ନୀତି।ଗତକାଲି ରାତିରେ ଧଳପୁର ପଞ୍ଚାୟତର ଦନ୍ତାମୁଣ୍ଡା ଓ ଦୁର୍ଗାପୁର ପୋଖରୀକୁ ମେସିନ ଦ୍ୱାରା ଛାୟା ଠିକାଦାର ଓ ତାଙ୍କର ସମର୍ଥକ ମାନେ ଖନନ କରୁଥିବା ଖବର ପାଇ ଗ୍ରାମର କିଛି ସଚେତନ ଯୁବକ ସେଠାରେ ପହଞ୍ଚି ପ୍ରତିବାଦ କରିଥିଲେ।ଫଳରେ ଏହାକୁ କେନ୍ଦ୍ରକରି ଉଭୟ ସପକ୍ଷ ଓ ବିରୋଧୀ ଗୋଷ୍ଠିଙ୍କ ମଧ୍ୟରେ ଉଚ୍ଚବାଚ୍ଚ ଆରମ୍ଭ ହୋଇ ଧସ୍ତାଧସ୍ତି ର ରୂପ ନେଇଥିଲା।ତେବେ କିଛି ଭଦ୍ରବ୍ୟକ୍ତିଙ୍କ ହସ୍ତକ୍ଷେପ ପରେ ଏହି ଘଟଣାର ଆପୋଷ ବୁଝାମଣା ହୋଇଥିବା ସ୍ଥାନୀୟ ଅଞ୍ଚଳରେ ମୁଖ୍ୟ ଚର୍ଚ୍ଚାର ବିଚାର ବିଷୟ ପାଲଟିଛି!କେବେଳ ସେତିକି ନୁହେଁ ପୋଖରୀ ଖନନ କରି ସେହି ମାଟିରେ ପୁଣି ପୋଖରୀକୁ ପୋତି ଦିଆ ଚାଲିଛି, କାମକୁ ରାତି ଅଧିଆ ଜେସିବି ଓ ଟ୍ରାକ୍ଟର ଲଗାଇ କାମହେଉଛି!ଯାହାକି ଓଡ଼ିଆ ପ୍ରବାଦ ଆଜି ସତ ହୋଇଛି ଧଳପୁର ପଂଚାୟତ ରେ "ଗୋଡ଼ ଦୁଇଟି ଲୁଚିଛି ନା. ପିଣ୍ଡା ପାଳକୁ ଦେଖାଯାଉଛି " ପ୍ରକାଶ ଥାଉକି ଗତ କିଛିଦିନ ତଳେ ଧଳପୁର, ଫାଇଲ ନ ଖୋଲି ବିନା ସୂଚନା ଫଳକରେ ଲୋକଙ୍କୁ ଭୁଆଁ ବୁଲାଇ ସ୍ପଷ୍ଟ ଦିବା ଲୋକରେ ମେସିନ ଲଗାଇ ପୋଖରୀ ଖନନ ।ଏପରିକି ମେସିନ ଦ୍ୱାରା କାର୍ଯ୍ୟ ହେଉଥିବା ବେଳର ଫୋଟ କିମ୍ବା ଭିଡିଓ ଚିତ୍ର ଯେପରି କେହି ଉତ୍ତୋଳନ ନକରନ୍ତି ସେଥିପାଇଁ ବିଭିନ୍ନ ସ୍ଥଳରେ କିଛି କିଛି ଅସାମାଜିକ ତତ୍ତ୍ୱଙ୍କୁ ଜଗାରଖା ପାଇଁ ନିୟୋଜିତ କରାଯାଇଛି ! ଅସାଧୁମେଣ୍ଟ ନୂଆଁ ନୀତି ଆପଣେଇ ଦିବାଲୋକ ପରିବର୍ତ୍ତେ ଏବେ ରାତି ଅଧିଆ ମେସିନ ଲଗାଇ ପ୍ରକଳ୍ପ କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି। ରାତିର ନିରୋଳାରେ ମେସିନ ଦ୍ୱାରା ହେଉଥିବା କାମ ସମ୍ପର୍କରେ କେହି ପ୍ରଶାସନିକ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଫୋନ ଯୋଗେ ସୂଚନା ଦେବା ସମ୍ଭବପର ନଥିବାରୁ ନିଶ୍ଚିନ୍ତରେ କାର୍ଯ୍ୟ କରିବା ପାଇଁ ଏହି ପନ୍ଥାକୁ ଆପଣେଉଥିବା ସାଧାରଣରେ ଚର୍ଚ୍ଚା ହେଉଛି।କିଛି ନବ ନିର୍ବାଚିତ ପଞ୍ଚାୟତ ପ୍ରତିନିଧି ଅସାଧୁ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ହାତକରି ନିର୍ବାଚନୀ ଖର୍ଚ୍ଚ ଭରଣ ଆଳରେ ଏହା କରୁଥିବା ଆଲୋଚନା ହେଉଛି।ଜିଲ୍ଲା ପ୍ରଶାସନ ଯଦି ମନରେଗା ପ୍ରକଳ୍ପରେ ମେସିନ ବ୍ୟବହାର କୁ ରୋକିବା ଦିଗରେ କଠୋର ଆଭିମୁଖ୍ୟ ଗ୍ରହଣ ନକରନ୍ତି ଆଗାମୀ ଦିନରେ ଗୋଷ୍ଠି ବିବାଦ ଜଟିଳ ମୋଡ଼ ନେବାର ଆଶଙ୍କା କୁ ଏଡାଇ ଦିଆଯାଇ ନପାରେ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଉଛି

Post a Comment

Previous Post Next Post