ବସ୍ତା ନିର୍ବାଚନ ମଣ୍ଡଳୀ କଂଗ୍ରେସ ର ଆଗାମୀ ରଣନିତି ପ୍ରସ୍ତୁତ ପାଇଁ ଆଲୋଚନା ଚକ୍ର ଅନୁଷ୍ଠିତ


ବାଲେଶ୍ୱର,(ପ୍ରଭାକର ମଲ୍ଲିକ) ଆଜି ବସ୍ତା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସତର ଟି ପଞ୍ଚାୟତ ର କଂଗ୍ରେସ ସଂଗଠନ କୁ ମଜବୁତ କରିବା ସହିତ ଆଗାମୀ ୨୦୨୪ ନିର୍ବାଚନ ପାଇଁ ରଣନିତି ପ୍ରସ୍ତୁତ କରିବା ପାଇଁ ବିଭିନ୍ନ ପଞ୍ଚାୟତ ରୁ ଓ୍ବାର୍ଡ ସ୍ଥରରେ କର୍ମୀ ମାନଙ୍କ ସମେତ ନିର୍ବାଚନ ମଣ୍ଡଳୀ ସ୍ତରୀୟ ନେତୃବୃନ୍ଦ ଙ୍କ ଉପସ୍ଥିତି ରେ ଏକ ବୈଠକ ଅନୁଷ୍ଠିତ ହୋଇଛି ପତ୍ରଝଡ଼ା ପଞ୍ଚାୟତ ର ଯୁବ ନେତା ଜଗଦୀଶ ସାହୁ ଙ୍କ ବାସଭବନ ରେ ଅନୁଷ୍ଠିତ ବୈଠକରେ ବସ୍ତା ବ୍ଲକ କଂଗ୍ରେସ ସଭାପତି ସତ୍ୟନାରାୟଣ ଗୁପ୍ତା ସଭାପତିତ୍ବ କରିଥିଲାବେଳେ ଜିଲ୍ଲା କଂଗ୍ରେସ କମିଟି ର ସାଧାରଣ ସମ୍ପାଦକ ସୁଧାଂଶୁ ଶେଖର ଯେନା ପରିଚାଳନା କରିଥିଲେ ଏହି ବୈଠକରେ ଜିଲ୍ଲା କଂଗ୍ରେସ ସଭାପତି ସଂଜୀବ ଗିରି ଯୋଗଦାନ କରି ୨୦୨୪ କଂଗ୍ରେସ ପାଇଁ କର ବା ମର ନିତି ଆପଣଇ ଦଳକୁ ତା ପୁର୍ବ ସ୍ଥିତି କୁ ଫେରେଇବା ପାଇଁ ପଡିବ ସେହିପରି ବସ୍ତା ନିର୍ବାଚନ ମଣ୍ଡଳୀ କଂଗ୍ରେସ ନେତା ବିଜନ ନାୟକ ଆଗାମୀ ନିର୍ବାଚନ ବିଜୟ ପାଇଁ ସେ ନିଜକୁ ସବୁ ସମୟ ଦେବାପାଇଁ ପ୍ରସ୍ତୁତ ମାତ୍ର କର୍ମୀ ମାନଙ୍କ ଆକ୍ଳାନ୍ତ ପରିଶ୍ରମ କରି ବା ପାଇଁ ଆହ୍ୱାନ ଦେଇଥିଲେ ପରେ ସତର ଟି ପଞ୍ଚାୟତ ର ସଂଗଠନ କୁ ମଜବୁତ କରିବା ପାଇଁ ଦଳର ଆଗଧାଡିର ସଂଗଠକ ଙ୍କୁ ପର୍ଯ୍ୟବେକ୍ଷକ ଭାବରେ ଚୟନ କରାଯାଇଛି ଓ ଆଗମୀ ଦିନରେ ବସ୍ତା ଅଞ୍ଚଳ ର ବିଭିନ୍ନ ଜନ ଆନ୍ଦୋଳନ ମାଧ୍ୟମରେ କଂଗ୍ରେସ ଲୋକ ଙ୍କ ନିକଟକୁ ଜିବ ହକ୍ ପାଇଁ ଲଢେଇ ନାରା ଦେଇ କଂଗ୍ରେସ ଆନ୍ଦୋଳନ କରିବ ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବାଲିଆପାଳ ର ନବ ନିର୍ବାଚିତ ଜିଲ୍ଲା ପରିଷଦ ସଭ୍ୟ ବାବାଜୀ ଦେହୁରୀ ଜିଲ୍ଲା ଉପସଭାପତି ମନୋଜ କୁମାର ମହାନ୍ତି ଜିଲ୍ଲା ଏ ଆଇ ଡବ୍ଲୁ ସି ର ସଭାପତି ବିକାଶ ଦାସ ବସ୍ତା ବି ଆର୍ ଓ ରବିନାରାୟଣ ମହାନ୍ତି ରବିନ୍ଦ୍ର ଦାସ ଜୟନ୍ତ କୁମାର ମହାପାତ୍ର ସୃଷ୍ଟି ଧର ମହାଳିକ ନରେନ୍ଦ୍ର ଦାସ ମଞ୍ଚାସିନ ଥିଲେ ଓ ପୁର୍ବତନ ସରପଞ୍ଚ ପ୍ରଭାଶ ମଣ୍ଡଳ ପୁର୍ଣ ଚନ୍ଦ୍ର ଦାସ ରଘୁନାଥ ମୁର୍ମୁ ଚୈତନ୍ୟ ଗୋଛୟତ କବିତା ସିଂ ଅନାଦି ମାନ୍ନା ସର୍ବେଶ୍ଵର ପାତ୍ର ସୁକାନ୍ତ ରାଉତ ପେଟୁ ସିଂ ଅବିନାଶ ନାୟକ ଅରୁଣ ମଣ୍ଡଳ ସେକ ମୁସ୍ତାପା ଶୁଶାନ୍ତ ପରିଡ଼ା ପ୍ରତାପ ବେହେରା ହେମନ୍ତ ଯେନା ଲମ୍ବୋଦର ପ୍ରଧାନ ପ୍ରଦୀପ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ଓ ଦଳର ଭବିଷ୍ୟତ ରଣନିତି ଆଲୋଚନା କରିବା ସହିତ କଂଗ୍ରେସ କୁ ବସ୍ତା ର ବିଜୟ କରିବା ପାଇଁ ଲଢେଇ କରିବେ ବୋଲି ମତ ଦେଇଥିଲେ ଶେଷରେ ଜିଲ୍ଲା କଂଗ୍ରେସ କମିଟି ର ସମ୍ପାଦିକା ପୁର୍ବତନ ସରପଞ୍ଚ ପ୍ରଣତି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Post a Comment

Previous Post Next Post