ବିଜେଡି କାଉନସିଲର ଙ୍କ ସ୍ବାମି ଙ୍କୁ ହତ୍ୟା ଅଭିଯୋଗ


ସୁବର୍ଣ୍ଣପୁର(ଗଣପତିବାଘ)ସୁବର୍ଣ୍ଣପୁର ଜିଲ୍ଲା ତରଭା ସହରାଞ୍ଚଳର ଗଢଭିତରେ ଯୁବକଙ୍କୁ ହତ୍ୟା । ରାତି ଘରେ ଶୋଇଥିବାବେଲେ କେହି ଦୁର୍ବୁତ୍ତ ଯୁବକଙ୍କୁ ହତ୍ୟା କରିଥିବା ଜଣା ପଡିଛି । ମୃତ ଯୁବକ ଜଣକ ହେଲେ ତରଭା ବିଜ୍ଞାପିତ ଅଂଚଳ ପରିଷଦର ୧୦ନଂ ଓ୍ବାର୍ଡର ବିଜେଡି କାଉନସିଲର ନଳିନୀ ନାଏକଙ୍କ ସ୍ବାମୀ ସଞ୍ଜିବ (ରାଜା) ଗୁରୁ । ଘରେ ଶୋଇଥିବାବଳେ ଏକ ଧାରୁଅ। ଅସ୍ତ୍ରରେ ତାଙ୍କୁ ଆକ୍ରମଣ କରିଥିବାରୁ ଘଟଣା ସ୍ଥଳରେ ପ୍ରବଳ ରକ୍ତସ୍ରାବ ହୋଇଥିଲା । ସେ ବିଳମ୍ବିତ ରାତିରେ ଘରକୁ ଫେରି ଥିବାକୁ ପରିବାର ଲୋକ ଜାଣି ପାରି ନଥିଲେ । ତେବେ ଭୋର ସକାଳୁ ପରିବାର ଲୋକ ତାଙ୍କୁ ଦେଖି ସ୍ଥାନୀୟ ଡାକ୍ତରଖାନାକୁ ନେଇଥିଲେ । ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିବା ଜଣା ପଡିଛି । ହତ୍ୟାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ଜଣା ପଡି ନାହିଁ । ଘଟଣା ସ୍ଥଳରେ ତରଭା ପୋଲିସ ପହଂଚି ମୃତ ଦେହକୁ ଜବତ କରିବା ସହ ଅଧିକ ଅନୁସନ୍ଧାନ ଜାରିରଖିଛି ।

Post a Comment

Previous Post Next Post