ବଜ୍ରାଘାତ ରେ ୧ ମୃତ


ବାଲେଶ୍ୱର,(ପ୍ରଭାକର ମଲ୍ଲିକ) ବାଲିଆପାଳ ଥାନା ଅନ୍ତର୍ଗତ ଡଗରା ଗ୍ରାମରେ ମଙ୍ଗଳବାର ରାତି ଆଠଟା ସମୟର ବଜ୍ରାଘାତ ଜଣେ ଯୁବକର ମୃତ୍ୟୁ ହୋଇଯାଇଛି। ମୃତକ ଜଣକ ହେଲେ ଡଗରା ଗ୍ରାମର ଲମ୍ବୁଦର ଦାସଙ୍କ ର ପୁତ୍ର ପର୍ଶୁରାମ ଦାସ (୪୫)। 
ସୂଚନା ମୁତାବକ ପର୍ଶୁରାମ ଙ୍କ ଡଗରା କଟି ଗୁମୁଟି ଛକରେ ଏକ ଦୋକାନ ରହିଛି।ମଙ୍ଗଳବାର ସନ୍ଧ୍ୟା ସମୟରେ ପର୍ଶୁରାମ ଦୋକାନରେ ଥିବା ସମୟ ରେ ହଠାତ ବର୍ଷ ଆସିବାରୁ ସେ ଦୋକାନ ବନ୍ଦ କରି ସାଇକେଲ ରେ ଘରକୁ ଯାଉଥିବା ସମୟ ରେ ଦୋକାନ ଓ ଘର ମଝା ମାଝି ରାସ୍ତା ରେ ତାଙ୍କ ଉପରେ ବଜ୍ରାଘାତ ହୋଇଥିଲା। ଫଳରେ ସେ ଚେତା ଶୂନ୍ୟ ହୋଇ ସାଇକେଲ ସହ ତଳେ ପଡ଼ିଯାଇଥିଲେ ।ସ୍ଥାନୀୟ ଲୋକେ ୧୦୮ ଯୋଗେ ତାଙ୍କୁ ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ନେଇଥିଲେ। ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ।

Post a Comment

Previous Post Next Post