କଣ୍ଟାବାଞ୍ଜି,(ଆଜତକ୍ ଓଡ଼ିଶା) କଣ୍ଟାବାଞ୍ଜି ଆଶ୍ରମପଡ଼ାରେ ଘଟିଛି ଏମିତି ଦୁଃଖଦ ଘଟଣା । ଏକା ସଙ୍ଗେ ଦୁହିଁ ବାପା ଓ ପୁଅର ସବ ସତ୍କାର କରାଯାଇଛି। କଣ୍ଟାବାଞ୍ଜି ଆଶ୍ରମ ପଡା ରେ ରହୁଥିଲେ ଗନ୍ଧର୍ବ ଥାପା, ଦୁଇ ପୁଅ ଏବଂ ତାଙ୍କ ପରିବାର । କିଛି ଦିନ ହେଲା ଗନ୍ଧର୍ବ ଥପାଙ୍କ ବଡ଼ ପୁଅ ଧନେଶ୍ଵର ଥପାଙ୍କ ଦେହ ଅସୁସ୍ଥ ରହୁଥିଲା। ବାରମ୍ବାର ତାଙ୍କୁ ଡାକ୍ତଖାନା ନେଲା ପରେ ବି ତାଙ୍କ ସ୍ଵାସ୍ଥ୍ୟ ବସ୍ଥାରେ କିଛି ଉନ୍ନତି ହୋଇନଥିଲା।
କିନ୍ତୁ ହଠାତ୍ ଗତକାଲି ସନ୍ଧ୍ୟା ପ୍ରାୟ ୭.୩୦ରେ ଗନ୍ଧର୍ବ ଥାପାଙ୍କ ଅକସ୍ମାତ୍ ମୃତ୍ୟୁ ଘଟିଥିଲା। ଯାହାର ଖବର ପାଇଥିଲେ ପୁତ୍ର ଧନେଶ୍ଵର ଥାପା ସେହି ଖବର ଶୁଣି ଭାଙ୍ଗିପଡି ବୁଧବାର ସକାଳ ପ୍ରାୟ ୪.୩୦ ରେ ଧନେଶ୍ୱରଙ୍କ ମଧ୍ୟ ମୃତ୍ୟୁ ଘଟିଥିଲା। ଗୋଟେ ମଶାଣିରେ ଏକା ସଙ୍ଗେ ଜଳିଲା ବାପା ପୁଅଙ୍କ ଜୁଇ । ଏଭଳି ଘଟଣା ଘଟଥିବାରୁ କଣ୍ଟାବାଞ୍ଜି ଅଞ୍ଚଳରେ ଶୋକର ଲହରୀ ଖେଳି ଯାଇଛି। ଅନେକ ଲୋକ ଶୋକ ବ୍ୟକ୍ତ କରିଛନ୍ତି ।
ବୁଧବାର ସକାଳ ୫ଟାରେ ଧନେଶ୍ଵରଙ୍କୁ ପରିବାର ଲୋକ ଡାକ୍ତରଖାନା ନେବା ପରେ ଦୁଇ ଝିଅ କଣ ହେଉଛି ଜାଣି ପାରି ନଥିଲେ। ହଠାତ୍ ତାଙ୍କ ମୃତ୍ୟୁ ଖବର ଆସିବାରୁ ସେଦୁହେଁ ଭାଙ୍ଗି ପଡ଼ିଥିଲେ। ଭଲ ଭାବେ ଜାଣି ପାରୁ ନଥିଲେ ମଧ୍ୟ ଯାହା କିଛି ବୁଝୁଥିଲେ କାନ୍ଦି ପକାଉଥିଲେ। ସକାଳୁ ବାପାଙ୍କ ସହ ବୁଲିଯିବା ଉଭୟଙ୍କ ଅଭ୍ୟାସ ଥିଲା। ଦୋକାନରୁ ଦୁହିଁଙ୍କ ପାଇଁ କୁରକୁରେ, ଚକୋଲେଟ୍ କିଣି ଦେଉଥିଲେ। ଏବେ ଦୁଇ ଝିଅ ବାପାଙ୍କୁ ଝୁରୁଛନ୍ତି।
Post a Comment