ଉତ୍କଳ ଗୌରବ ମଧୁସୂଦନ ଦାସ ଙ୍କ ୧୭୪ଜନ୍ମଦିନ ଅବସରରେ ପ୍ରତିମୂର୍ତ୍ତି ଉନ୍ମୋଚନ


ବୌଦ୍ଧ,(ସୁଶାନ୍ତ କୁମାର ବେହେରା) ଉତ୍କଳ ଗୌରବ ମଧୁସୂଦନ ଦାସ ଙ୍କ ୧୭୪ ତମ ଜନ୍ମ ଜୟନ୍ତୀ ଅବସରରେ ବୌଦ୍ଧ ନୁଆସାହି ଛକ ଠାରେ ମାନ୍ୟବର ମନ୍ତ୍ରୀ, ଖଣି, ଇସ୍ପାତ ଓ ପୂର୍ତ୍ତ ବିଭାଗ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ମଲ୍ଲିକ,ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମଧୁବାବୁ ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ମାନ୍ୟବର ବିଧାୟକ ବୌଦ୍ଧ -ଶ୍ରୀଯୁକ୍ତ ପ୍ରଦୀପ କୁମାର ଅମାତ, ଜ଼ିଲ୍ଲାପାଳ-ଲଲାଟେନ୍ଦୁ ମିଶ୍ର, ଅତିରିକ୍ତ ଜ଼ିଲ୍ଲାପାଳ -ବବିତା ରାଣୀ ଦଳବେହେରା, ଏମ. ପି. ଙ୍କ ନୋମିନି ତାରେଣି ମହାପାତ୍ର, ନଗରପାଳ- ଶ୍ରୀଯୁକ୍ତ ମୃତୁଞ୍ଜୟ ମିଶ୍ର, ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ -ରିତାକାନ୍ତି ବଳିୟାର ସିଂହ, ପୂର୍ତ୍ତ ବିଭାଗ ର ସମସ୍ତ ଯନ୍ତ୍ରୀ, ବାର ସଙ୍ଘ ର କର୍ମକର୍ତ୍ତା, ସାହିତ୍ୟିକ ନୀଳ ଲୋହିତ ମହାପାତ୍ର, ପ୍ରଧାନ ଶିକ୍ଷକ ବସନ୍ତ କୁମାର ସାହୁ, ସ୍ଥପତି ସୁମନ ଷଡ଼ଙ୍ଗୀ, ଗଣମାଧ୍ୟମ ପ୍ରତିନିଧି, ବୁଦ୍ଧିଜୀବୀ ମାନେ ବହୁ ସଂଖ୍ୟା ରେ ଉପସ୍ଥିତ ଥିଲେ  ।

Post a Comment

Previous Post Next Post