କଣ୍ଟାବାଞ୍ଜି,(ଆଜତକ୍ ଓଡ଼ିଶା) : କଣ୍ଟାବାଞ୍ଜି ଏନ୍ଏସିର ପ୍ରଥମ ସାଧାରଣ ବୈଠକ ଏନ୍ଏସି ସଭାଗୃହ ଠାରେ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ବରିୟାମ ସିଂ ସାଲୁଜାଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ସ୍ଥାନୀୟ ବିଧାୟକ ସନ୍ତୋଷ ସିଂ ସାଲୁଜା ମୁଖ୍ୟ ଅତିଥି, ଏନ୍ଏସି ଉପାଧ୍ୟକ୍ଷା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏମ୍ଇ ଅଶୋକ ପଟ୍ଟନାୟକ, କାର୍ଯ୍ୟନିର୍ବାହୀ ଅଧିକାରୀ ନିରଂଜନ ଧଳ, ଏନ୍ଏସି ଏକାଉଣ୍ଟାଣ୍ଟ ସୁଦୀପ୍ତ ସାହୁ ଉପସ୍ଥିତ ଥିଲେ। ନବନିର୍ବାଚିତ ୧୬ଟି ୱାର୍ଡର କାଉନସିଲର୍ମାନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ସହରର ସମସ୍ତ ୱାର୍ଡରେ ଥିବା ସମସ୍ୟାଗୁଡ଼ିକ ଉପରେ ଆଲୋଚନା କରିବା ସହ କାଉନସିଲ୍ମାନଙ୍କୁ ଏକ ତାଲିକା ତିଆରି କରି ଏନ୍ଏସି କାର୍ଯ୍ୟାଳୟରେ ଦେବାକୁ ନିବେଦନ କରାଯାଇଥିଲା । ପରେ ସହରରେ ଥିବା ନାଳ,ନର୍ଦ୍ଦମା ସଫେଇକୁ ଯୁଦ୍ଧକାଳୀନ ପରିସ୍ଥିତିରେ ମାସେ ଭିତରେ ସମାଧାନ କରାଯିବ ବୋଲି ବିଧାୟକ ଶ୍ରୀ ସଲୁଜା କହିଥିଲେ ସଫେଇ ଠିକା ସଂସ୍ଥା ଆଗକୁ ଭଲ କାମ ନକଲେ ତାକୁ ରଦ୍ଦ କରାଯିବ ବୋଲି ଶ୍ରୀ ସାଲୁଜା କହିଥିଲେ। ପାନୀୟ ଜଳ, ସଫେଇ କାର୍ଯ୍ୟ ଏବଂ ଉନ୍ନତିମୂଳକ କାମ ଉପରେ ଗୁରୁତ୍ବ ଦେବା ସହ ଏନ୍ଏସିରେ ଥିବା ସମସ୍ତ ସମସ୍ୟାର ସମାଧାନ ଅତିଶୀଘ୍ର କରାଯିବ ବୋଲି ଅଧ୍ୟକ୍ଷ ଶ୍ରୀ ସାଲୁଜା କହିଥିଲେ। ଏହି ଅବସରେ ପ୍ରାୟ ୨୧ ଜଣ ହିତାଧିକାରୀଙ୍କୁ ଭତ୍ତା, ୨୫ ଜଣ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଯୋଗାଣ ଅଧିକାରୀ ସନାତନ ମାଝୀ, ସେନିଟେସନ୍ ଏକ୍ସପର୍ଟ ହେମନ୍ତ ସ୍ବାଇଁ, ଜେଇ ଦୀପ୍ତିରଂଜନ ନନ୍ଦ, ସିଏମ୍ ଏମ୍ୟୁ ରଶ୍ମିରଂଜନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।
କଣ୍ଟାବାଞ୍ଜି ଏନ୍ଏସିର ପ୍ରଥମ କାଉନ୍ସିଲ ବୈଠକ
ଆଜତକ ଓଡ଼ିଶା
0
Tags
ଆଜତକ୍ ଓଡ଼ିଶା ବ୍ୟୁରୋ
Post a Comment