କଣ୍ଟାମାଳ,(ସୁଶାନ୍ତ କୁମାର ବେହେରା) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ କଣ୍ଟାମାଳ ଥାନା ପରିସରରେ ଆଜି ଏକ ଆଜି ଏକ ସ୍ବେଛାଦାନ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ବୌଦ୍ଧ ପୋଲିସ ପକ୍ଷରୁ କଣ୍ଟାମାଳ ଥାନା ଦାୟିତ୍ବରେ ଥିବା ଡିଏସପି ତପସ୍ୱିନୀ କହଁର ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା।
ଉକ୍ତ ଶିବିରରେ ୧୦୦ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା ରକ୍ତ ସଂଗ୍ରହ କରିବାରେ ବୌଦ୍ଧ ର ଡାକ୍ତରୀ ଦଳ ସହଯୋଗ କରିଥିଲେ।ଏହି ରକ୍ତଦାନ ଶିବିରକୁ ମୁଖ୍ୟ ଅତିଥି ଭାବେ ବୌଦ୍ଧ ଜିଲ୍ଲାର ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ଜ୍ଞାନରଞ୍ଜନ ମହାନ୍ତି ଆନୁଷ୍ଠାନିକ ଭାବେ ଶୁଭ ଉଦ୍ଘାଟନ କରିଥିବା ବେଳେ ୨ ନମ୍ୱର ଜୋନ୍ ଜିଲ୍ଲା ପରିଷଦ ଙ୍କ ସ୍ବାମୀ ଅନିଲ ପ୍ରଧାନ ,ଅଞ୍ଚଳର ବରିଷ୍ଠ ସାମ୍ବାଦିକ ଦିବ୍ୟସଙ୍କର ରାଉତ ଙ୍କ ସମେତ ଡମ୍ବରୁଧର କହଁର ,ସମାଜସେବୀ ଓମ୍ ପ୍ରକାଶ ମିଶ୍ର , ଖମନ୍ ମୁଣ୍ଡା ସରପଞ୍ଚ ଅଳକା ପ୍ରଧାନ, ପିନାକ ରଣା , ଶିତିକଣ୍ଠ , ଜଦୁ ବିହାରୀ ବାଘ,ରବି ସାହୁ ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ ଟିକୁ ସୁଚାରୁରୂପେ ତୁଲାଇଥିଲେ! କଣ୍ଟାମାଳ ଅଞ୍ଚଳର ବହୁ ପୁରୁଷ ଓ ମହିଳା ଏହି ଶିବିର ରେ ରକ୍ତ ଦାନ କରିଥିଲେ।କଣ୍ଟାମାଳ ପୋଲିସ ର ଏପରି କାର୍ଯ୍ୟ ଦେଖି ସ୍ଥାନୀୟ ଅଞ୍ଚଳରେ ଭୂରି ଭୂରି ପ୍ରଶଂସା କରିଛନ୍ତି।
Post a Comment