ବାଲେଶ୍ଵର,(ପ୍ରଭାକର ମଲ୍ଲିକ) ପ୍ରଶାସନିକ ଅଧିକାରୀ ଓ ନିର୍ବାଚିତ ଲୋକ ପ୍ରତିନିଧିଙ୍କ ମଧୁଚନ୍ଦ୍ରିକାରେ ପଞ୍ଚାୟତ ରୁ ଲୋଟ ହେଉଛି ଲକ୍ଷ ଲକ୍ଷ ଟଙ୍କା। ବିଭିନ୍ନ ପକଳ୍ପ ନାମରେ ଲକ୍ଷ ଲକ୍ଷ ଟଙ୍କା ଉଠାଇ ଯାଇ ହଡ଼ପ ହେଉଛି। ଯେତିକି ପ୍ରକଳ୍ପ ହେଇଛି ତାହାମଧ୍ଯ ନିମ୍ନ ମାନର ମେଟ୍ରୀୟଲ ରେ ନିମ୍ନମାନର କାମ ହେଉଅଛି । ଏମିତି କାର୍ଯ୍ୟର ନଗ୍ନ ଚିତ୍ରର ଅଭିଯୋଗ ହେଉଛି ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକ ର ସାଉଡି ଗ୍ରାମ ପଞ୍ଚାୟତରୁ। ନିମ୍ନ ମାନର କାମକୁ ବିରୋଧ କରି ଗ୍ରାମବାସୀ ଭିଜିଲାନ୍ସର ତଦନ୍ତ ପାଇଁ ଦାବି କରିଛନ୍ତି।
ସାଉଡି ପଞ୍ଚାୟତ ର ପୂର୍ବତନ ସରପଞ୍ଚ ରଞ୍ଜିତା ଟୁଙ୍ଗ ଦାୟିତ୍ବରେ ଥିବା ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଙ୍କୁ ମୋଟା ଅଙ୍କର ଟଙ୍କା ଦେଇ ବିନା କାମରେ ଲକ୍ଷ ଲକ୍ଷ ଟଙ୍କା ହଡପ କରିଥିବା କଥା ଆର ଟି ଆଇ ରୁ ତଥ୍ୟ ମିଳିବା ଲୋକଙ୍କ ଅଭିଯୋଗ ପରେ ସାଉଡି ପଞ୍ଚାୟତ ରେ କାମ ନହୋଇ ବିଭିନ୍ନ ପ୍ରକଳ୍ପ ରୁ ଲକ୍ଷ ଲକ୍ଷ ଟଙ୍କା ହଡପ ର ପେଡି ଗୁମର ଖୁଲୁଛି। ୨୦୨୧- ୨୨ ବର୍ଷରେ ଅନୁମୋଦିତ ପଞ୍ଚାୟତ ଷ୍ଟୋର ରୋମ ଏବଂ ପଞ୍ଚାୟତ ମାର୍କେଟ କମ୍ପ୍ଲେକ୍ସ ନିମ୍ନ ମାନର କାମ ଚାଳିଛି। ଉକ୍ତ କାର୍ଯ୍ୟ ରେ ବ୍ୟବହାର ହେଉଥିବା ଇଟା ନିମ୍ନ ମାନର ଇଟା ହୋଇଥିବାରୁ ହାତରେ ଗୁଣ୍ଡ ହୋଇଯାଉଥିବା ରୁ ସରପଞ୍ଚ ଟୁଙ୍ଗ ଙ୍କ ପାଞ୍ଚବର୍ଷ କାର୍ଯ୍ୟକଳ ମଧ୍ୟରେ ହୋଇଥିବା ପ୍ରକଳ୍ପ ଗୋଡ଼ିକର ଭିଜିଲାନ୍ସର ତଦନ୍ତ ପରିସରଭୁକ୍ତ କରାଯାଇ ଦୋଷୀ କୁ ଉଚିତ ଦଣ୍ଡ ଦେବାପାଇଁ ଗ୍ରାମବାସୀ ପ୍ରଶାସନ କୁ ନିବେଦନ କରିଛନ୍ତି।
Post a Comment