ବୌଦ୍ଧ,(ସୁଶାନ୍ତ କୁମାର ବେହେରା) ଆଜି ଠାରୁ ଖୋଲିଲା ବୌଦ୍ଧ ଜିଲ୍ଲାପାଳ ଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ପ୍ରକୋଷ୍ଠ। ଗତ ୨ ବର୍ଷ ହେଲା କୋରନା ମହାମାରୀ ପାଇଁ ବନ୍ଦ ଥିଲା ଅଭିଯୋଗ ଶୁଣାଣି ପକୋଷ୍ଠ। ସଂକ୍ରମଣ ହ୍ରାସ ଓ ସରକାର ଙ୍କ ନିର୍ଦ୍ଦେଶ କ୍ରମେ ଆଜି ଠାରୁ ଜିଲ୍ଲାପାଳ ଙ୍କ କାଯ୍ୟାଳୟ ରେ ଖୋଲିଛି ବୌଦ୍ଧ ଜିଲ୍ଲାର ଅଭିଯୋଗ ଶୁଣାଣି ପ୍ରକୋଷ୍ଠ। ପ୍ରତ୍ୟେକ ମାସ ର ତୃତୀୟ ସୋମବାର ରେ ହେବ ଅଭିଯୋଗ ଶୁଣାଣି । ଅଭିଯୋଗ ଶୁଣିବା ସହ ସମାଧାନ କରିବେ ଜିଲ୍ଲାପାଳ ଙ୍କ ସମେତ ଜିଲ୍ଲାର ସମସ୍ତ ବିଭାଗ ର ଉଚ୍ଚପଦସ୍ତ ଅଧିକାରୀ। ପ୍ରଥମ ଦିନରେ ଜିଲ୍ଲାର ୨୯ଜଣ ଅଭିଯୋଗକାରୀ ଙ୍କ ଅଭିଯୋଗ ଶୁଣାଣି ହୋଇଥିବା ସୁଚନା ମିଳିଛି।
ଜିଲ୍ଲା ପାଳ ଙ୍କ ପ୍ରକୋଷ୍ଠ ରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଶୁଭାରମ୍ଭ
ଆଜତକ ଓଡ଼ିଶା
0
Post a Comment