ବାଲେଶ୍ଵର,(ପ୍ରଭାକର ମଲ୍ଲିକ) ଜଳେଶ୍ଵର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅମର୍ଦାରୋଡ ନଟାକଟା ପଞ୍ଚାୟତ ସ୍ଥିତ ଶ୍ୟାମସୁନ୍ଦରପୁର ଗ୍ରାମର ଶିକ୍ଷକ ସ୍ୱର୍ଗତ ଗୌରହରି ପାତ୍ରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ସଭା ଅନୁଷ୍ଠିତ ହୋଇଯାଇଛି।ଗୁରୁବାର ପୂର୍ବାହ୍ନ ୧୦ ଘଟିକା ସମୟରେ ଶ୍ୟାମସୁନ୍ଦରପୁର ଗ୍ରାମ ସ୍ଥିତ ବାସଭବନରେ ଏକ ସ୍ମୁତି ଚାରଣ ସମାରୋହ ସଭା ଅନୁଷ୍ଠିତ ହୋଇଥିଲା।ସର୍ବ ପ୍ରଥମେ ସ୍ବର୍ଗତ ଗୌରହରି ପାତ୍ରଙ୍କ ତୈଳଚିତ୍ରରେ ପୁଷ୍ପମାଳ ଅର୍ପଣ କରାଯାଇଥିଲା।ସ୍ବର୍ଗତ ପାତ୍ରଙ୍କ ସ୍ମୃତିରେ ବହୁ ମାନ୍ୟଗଣ୍ୟ,ଛାତ୍ର ଓ ପରିବାର ବର୍ଗ ଯୋଗଦେଇ ଥିବା ବେଳେ ସ୍ମୃତି ଚାରଣ ସଭା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପଞ୍ଚାନନ ଦାସଙ୍କ ସଭାପତିତ୍ବରେ ମୁଖ୍ୟଅତିଥି ଭାବେ ଶିକ୍ଷକ ରାଧାକୃଷ୍ଣ ପ୍ରଦାନ,ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁଦର୍ଶନ ପାତ୍ର ଓ ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ଜଳେଶ୍ଵର ବିଧାୟକ ଦେବୀ ପ୍ରସନ୍ନ ଚଣ୍ଡ ପ୍ରମୁଖ ଯୋଗଦେଇ ତାଙ୍କର ଅବଦାନ,ଜନସେବା,ଦୃଢ ମନୋବଳ ଓ ତାଙ୍କର ଜୀବନୀ ସମ୍ପର୍କରେ ଆଲୋକପାତ କରିଥିଲେ।ଅନ୍ୟମାନଙ୍କର ମଧ୍ୟ ଉମେଶ ଚନ୍ଦ୍ର ପ୍ରଧାନ, ସାମ୍ବାଦିକ ଶିରିଶ ଚନ୍ଦ୍ର ମହାନ୍ତି , ଶିକ୍ଷକ ରଘୁନାଥ ମହାପାତ୍ର, ଶିକ୍ଷକ ବେଣୁଧର ସାହୁ, ଶିକ୍ଷକ କାଳୀଚରଣ ସାହୁ, ଶିକ୍ଷକ ଚୈତନ୍ୟ ସାହୁ,ଶିକ୍ଷକ ଭାନୁ ଚାରଣ ଗିରି ଓ ଶିକ୍ଷୟତ୍ରୀ ସନ୍ଧ୍ୟା ଜେନା ପ୍ରମୁଖ ଯୋଗଦେଇ ତାଙ୍କ ବହୁମୁଖି କାର୍ଯ୍ୟସମ୍ପର୍କରେ ଆଲୋକପାତ କରିଥିଲେ।ଅତିଥିବାମାନେ ପରିବାର ବର୍ଗଙ୍କ ଏପରି ମହତ କାର୍ଯ୍ୟକୁ ପ୍ରଶଂସା କରିଥିଲେ। ସଭାପତି ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପଞ୍ଚାନନ ଦାସ ପ୍ରତିମୂର୍ତ୍ତି ଉନ୍ମୋଚିତ କରିଥିବା ବେଳେ ୟୁନାଇଟେଡ଼ କାଲଚୁରାଲ ଏଣ୍ଡ ସ୍ପୋଟସ ଆସୋସିଏସନ ସଭାପତି ସଫଲ୍ୟ କୁମାର ନନ୍ଦୀଙ୍କ ତତ୍ବାବଧନରେ ସ୍ବର୍ଗତ ଗୁରୁ ଗୌରବ ଗୌରହରିଙ୍କ ସ୍ମରଣିକାକୁ ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା। ରାଜକିଶୋର ମହାନ୍ତି ସଭା ପରିଚାଳନା କରିଥିଲେ। ଶେଷରେ ବଡ଼ ପୁତ୍ର ଡ: ଦିଲିପ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।ଉକ୍ତ କାର୍ଯ୍ୟକ୍ରମରେ ବନ୍ଧୁ ବାନ୍ଧବ ଓ ବିଭିନ୍ନ ପ୍ରାନ୍ତରୁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଆସି ଯୋଗଦେଇଥିଲେ।
ଗୁରୁ ଗୌରବ ଗୌରହରିଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଓ ଶ୍ରଦ୍ଧାଞ୍ଜଳି ସଭା
ଆଜତକ ଓଡ଼ିଶା
0
Post a Comment