ଲୋକାପଡା ରେ ଆଇକନିକ ସପ୍ତାହ ପାଳିତ


କଣ୍ଟାମାଲ,(ସୁଶାନ୍ତ କୁମାର ବେହେରା) କଣ୍ଟାମାଳ ବ୍ଲକ ଅନ୍ତର୍ଗତ ଶିମିଳିପଦର ଗ୍ରାମ ପଂଚାୟତ ସ୍ଥିତ ଲୋକପଡା ଠାରେ ଗ୍ରାମ ପଂଚାୟତ ସ୍ତରୀୟ ଆଶା, ଅଙ୍ଗନବାଡି ଓ ପାଚିକା ଙ୍କ ଏକ ବୈଠକ ଅଜାଦୀ କା ଅମୃତ ମହୋତ୍ସବ ଉପଲକ୍ଷେ ଆଇକନିକ ସପ୍ତାହ ଅବସରରେ ଅନୁଷ୍ଠିତ ହୋଇ ଯାଇଛି । ଏହି ବୈଠକ ରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜ଼ିଲ୍ଲାପାଳ ବବିତାରାଣୀ ଦଳବେହେରା,ସମ୍ମାନିତ ଅତିଥି ଭାବେ ଡି. ଆଇ. ପି. ଆର. ଓ, ବୌଦ୍ଧ ରିତାକାନ୍ତି ଵଳିୟାର ସିଂହ, ସି. ଡି. ପି. ଓ, ବୌଦ୍ଧ ଜ୍ୟୋତ୍ସ୍ନା ରାଣୀ ପାଢ଼ୀ, ସ୍ୱାସ୍ଥ୍ୟ କର୍ମୀ ସୁଜାତା ମେହେର ଯୋଗ ଦେଇ ସୁସ୍ଥ ଓ ନିରାମୟ ଗ୍ରାମ ପଂଚାୟତ ଉପରେ ଆଶା ଓ ଅଙ୍ଗନବାଡି ଙ୍କ ଭୂମିକା ଉପରେ ନିଜ ନିଜ ବକ୍ତବ୍ୟ ରଖିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପି. ଇ. ଓ. ନନ୍ଦ କିଶୋର ପଲିଆ, ସୁପରଭାଇଜର ରଂଜିତା ସେଠୀ , ଶିମିଳିପଦର ଗ୍ରାମ ର ସମସ୍ତ ଆଶା, ଅଙ୍ଗନବାଡି କର୍ମୀ, ୱାର୍ଡ ମେମ୍ବର, ପାଚିକା, ଗଣ ମାଧ୍ୟମ ପ୍ରତିନିଧି, ସ୍ଥାନୀୟ ଜନ ସାଧାରଣ ଯୋଗ ଦେଇ ସହଯୋଗ କରିଥିଲେ । ଏହି ଅବସରରେ ମାଷ୍ଟର ଟ୍ରେନର, ଡି. ଡବ୍ଲୁ. ଏସ. ଏମ. ରଞ୍ଜନ କୁମାର ପାତ୍ର କାର୍ଯ୍ୟକ୍ରମ କୁ ସୁନ୍ଦର ଭାବରେ ପରିଚାଳନା କରିଥିଲେ । ସରପଞ୍ଚ, ଶିମିଳିପଦର ସାର୍ଦୁଲ ନାଗ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ଏବଂ ଏକ ସୁସ୍ଥ ଓ ନିରାମୟ ଗ୍ରାମ ପଂଚାୟତ ଗଠନ ରେ ସମସ୍ତ ଆଶା, ଅଙ୍ଗନବାଡି, ପାଚିକା ର ସହଯୋଗ କାମନା କରିବାସହ ସେମାନଙ୍କୁ ପ୍ରଶଂସା ପତ୍ର ବଣ୍ଟନ କରିଥିଲେ । ଏବଂ ସଭା ଶେଷରେ ଜି. ଆର. ଏସ. ମହେନ୍ଦ୍ର ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ଥିଲେ ।

Post a Comment

Previous Post Next Post