ଦୁଇଟି ଦୋକାନ ନିଆଁ ଲାଗି ଭସ୍ମୀଭୂତ


ବାଲେଶ୍ବର,(ପ୍ରଭାକର ମଲ୍ଲିକ) ବାଲେଶ୍ବର ଜିଲ୍ଲା,ସଦର ବ୍ଲକ ଅନ୍ତର୍ଗତ ଆଙ୍କ ଗ୍ରାମ ପଞ୍ଚାୟତର ହସ୍ପିଟାଲ ଛକ ନିକଟରେ ଥିବା ମହେଶ୍ୱର ବେହେରାଙ୍କ ଲକି ଟେଲର ଏବଂ ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ପ୍ଲାଷ୍ଟିକ ଖେଳନା ଦୋକାନ ଟି ସମ୍ପୂର୍ଣ୍ଣ ପୋଡି ଜଳି ଯାଇଛି।ଘଟଣାରୁ ପ୍ରକାଶ ଏହି କି ଯେ, ଗତକାଲି ବିଳମ୍ବିତ ରାତ୍ରୀରେ ପ୍ରାୟ ୧୨ ସମୟ ହେବ ହଠାତ ଦୁଇଟି ଦୋକାନରେ ନିଆଁ ଲାଗି ପୋଡ଼ି ନଷ୍ଟ ହୋଇଯାଇଛି।ନିଆଁ ଲାଗିବା ଦେଖି ଆଖପାଖରୁ କିଛି ଯୁବକ ଆସି ନିଆଁକୁ ଆୟତ କରିବାକୁ ଚେଷ୍ଠା କରିଥିଲେ।ହେଲେ ସେତେବେଳେ କୁ ଦୋକାନରେ ଥିବ ଜିନିଷ ସବୁ ପୋଡି ପାଉଁଶ ହୋଇଯାଇଥିଲା। ତେବେ ଏହି ଦୁଇଟି ଦୋକାନରେ ପ୍ରାୟ ୫୦ ହଜାର ଟଙ୍କାର ଆସବା ପତ୍ର ନଷ୍ଟ ହୋଇଛି ବୋଲି ଦୁଇ ଜଣ ଦୋକାନୀ ପ୍ରକାଶ କରିଛନ୍ତି।ନିଆଁ ଲାଗିବାର କାରଣ ଅସ୍ପଷ୍ଟ।

ବାଲେଶ୍ଵର ଜିଲ୍ଲା ରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ ।

Post a Comment

Previous Post Next Post