ହରଭଙ୍ଗା,(ସୁଶାନ୍ତ କୁମାର ବେହେରା) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ର ଦୁର୍ଗମ ଏରିଆକୁ ପହଂଚିଲେ ଆମେରିକାର ସ୍ବାସ୍ଥ୍ଯ ବିଭାଗଅଧିକାରୀଟିମ! ବ୍ଲକ ର ଆଡେଣୀଗଡ ପଂଚାୟତ ପାଂଚ ପର୍ବତ ଡେଇଁଲାପରେ ପଡେ ଲେଂଗରପାଜୁ ହେଲେ ଆମେରିକାର ଡାକ୍ତର ବାବୁମାନେ ଆମ ଗାଁକୁ ଆସିଛନ୍ତି ବୋଲି ବଣପାହାଡଘେରା ୯ଟି ଆଦିବାସୀ ଗାଁ ଯଥା ଲେଂଗରପାଜୁ, ସୁଲୁଂଗା, ର ସାହି, ଛତ୍ରପଡା, ମାଣ୍ଡାଲି ସବେରୀ, ଗ୍ରାମକୁ ନେଇ ଏକ ମ୍ୟାଲେରିଆ ନିରାକରଣଅଭିଯାନର କାର୍ଯ୍ୟ କ୍ରମ ପାଇଁ ଉକ୍ତଟିମ ପହଞ୍ଚି ଥିଲେ- ପାଂଚପାହାଡ ଡେଇଁ ଲେଂଗରପାଜୁ ଗ୍ରାମରେ ମୁଖ୍ଯତଃ ସେଠାକାର ଆଦିବାସୀଲୋକମାନେକେମିତି ରହୁଛନ୍ତି କଣ ଖାଉଛନ୍ତି ମଶାରୀ ବ୍ୟବହାର କରୁଛନ୍ତନା ନାହିଁ ସେସବୁକୁ ଅନୁଧ୍ଯାନ କରିବାପାଇଁ ଯାଇଥିଲେସେହିଗ୍ରାମକୁ । ସେଠାରେ ଗ୍ରାମର ସମସ୍ତ ମହିଳା, ପୁରୁଷ, ଛୁଆପିଲା ଉପସ୍ଥିତ ରହି ଡାକ୍ତରବାବୁ ମାନଂକର କଥାକୁ ଭଲଭାବେ ଶୁଣିଥିଲେ । ଏହି ଟିମରେ ଆମେରିକାରୁ ଆସିଥିବା ଡାକ୍ତର ମାଲା ରାଓ, ଡ, ସଂଜୀବ ମହାନ୍ତି, ଡ, ପ୍ରଭିକର ସାହୁ, ଡ, ଏଚଏ, ହାକୁଭ,ଡ, ତିମିର କୁମାର ପ୍ରଧାନ, ଅସିତ କୁମାର ସାମଲ, ସତ୍ଯ ପାଣିଗ୍ରାହୀ, ଯୋହାନ ପି ଲାକର, ତଥା ଜିଲ୍ଲା ରୁ ଆସିଥିବା ଏଡିପିଏଚଓ ଏମ ଏମ ପ୍ରଧାନ, ଭି ବି ଡି ସି ସ୍ବସ୍ତି କୁମାର ଏବଂ ବ୍ଲକ ଲେବୁଲ ଆଡେଣୀଗଡ ସିଏଚସିରୁ ଏମ ଟି ଏସ ରବିନ କୁମାର ପ୍ରଧାନ, ଇନଚାର୍ଜ ପିଏଚଇଓ ଇଶ୍ବର ବେହେରା, ଏଚଡବ୍ଲୁ ବୀରେନ୍ଦ୍ର କହଁର, ମହିଳା ସ୍ବାସ୍ଥ୍ଯ କର୍ମୀ ସାବିତ୍ରୀ , ଅଂଗନଓ୍ବାଡିକର୍ମୀ ଜୋସ୍ନା ଯାନୀ, ଆଶାକର୍ମୀ ଜେମାରାଣୀଜାନୀପ୍ରମୁଖ ଉପସ୍ଥିତଥିଲେ ଗ୍ରାମକୁ ଆସିଥିବା ଆମେରିକାର ଡାକ୍ତର ଜିଲ୍ଲା ସ୍ତରୀୟ ବ୍ଲକ ସ୍ତରୀୟ ଅଧିକାରୀଗଣଙ୍କୁ ଗାଁ ମୁଣ୍ଡରୁ ଫୁଲ ଚନ୍ଦନ ଦେଇ, ନାମ ସଂକୀର୍ତ୍ତନ କରି ଅତିଥିମାନଂକୁ ପାଛୋଟି ନେଇଥିଲେ ।
ଦୁର୍ଗମ ଅଂଚଳରେ ସ୍ୱାସ୍ଥ୍ୟ ସମସ୍ୟା ସ୍ଥିତି ପରଖିଲେ, ଆମେରିକା ଡାକ୍ତରୀ ଦଳ
ଆଜତକ ଓଡ଼ିଶା
0
Post a Comment