ମା' ଭଗବତୀଙ୍କ ପୂଜାମହୋତ୍ସବ ଉଦଯାପିତ।


ବାଲେଶ୍ୱର,(ପ୍ରଭାକର ମଲ୍ଲିକ) ବସ୍ତା ବ୍ଲକ ଅମର୍ଦାରୋଡ ନଟାକଟା ପଞ୍ଚାୟତ ସ୍ଥିତ ବାସନ୍ତପୁର ଗ୍ରାମରେ ଗତ ତିନି ଦିନ ଧରି ଚାଲିଥିବା ଭଗବତ ପୂଜା ମହୋତ୍ସବ ଉଦଯାପିତ ହୋଇଯାଇଛି।ବସନ୍ତାପୁର ଗ୍ରାମ ମହାଦେବ ମନ୍ଦିର ପ୍ରାଙ୍ଗଣରେ ୧୧ ତାରିଖ ସନ୍ଧ୍ୟା ଠାରୁ ଆରମ୍ଭ ହୋଇ ୧୩ ତାରିଖରେ ଉଦଯାପିତ ହୋଇଯାଇଅଛି।ଗତ ୧୧ ତାରିଖ ବଡଚାରିଗାଁ ଭଗବତୀ ମନ୍ଦିରରୁ ମା' ଭଗବତୀ ଠାକୁରାଣୀଙ୍କୁ ଗ୍ରାମର ଶତାଧିକ ପୁରୁଷ ଓ ମହିଳା ମାନେ ଏକ ବିରାଟ ଶୋଭାଯାତ୍ରା କରି ଖୋଳ ବଜାଇ କୀର୍ତ୍ତନ କରି ମା'ଙ୍କୁ ଗ୍ରାମକୁ ନେଇଯାଇଥିଲେ।ଏକ ଆଧ୍ୟାତ୍ମିକ ପରିବେଶରେ ଓ ଜୟଧୋନିରେ ଅଞ୍ଚଳ କମ୍ପି ଉଠିଥିଲା। ଅଧିବାସ ପରେ ବ୍ରାହ୍ମଣ ମିଲିକା ନାନାଙ୍କ ଦ୍ୱାରା ଯଥାବିଧି ପୂଜା ଅର୍ଚ୍ଚନା ଓ ଚଣ୍ଡିପାଠ କରାଯାଇଥିଲା।ପୂଜା ମଣ୍ଡପ ଓ ମନ୍ଦିର ପ୍ରାଙ୍ଗଣକୁ ଅତି ସୁନ୍ଦର ଭାବେ ସାଜସଜ୍ଜା କରାଯାଇଥିଲା। କରୋନା କଟକଣା ପାଇଁ ଗତ ଦୁଇବର୍ଷ ଧରି ପୂଜା ବନ୍ଦ ଥିବାବେଳେ ଚଳିତ ବର୍ଷ ଏହା ଅତି ଆଡମ୍ବର ସହକାରେ ଆୟୋଜିତ ହୋଇଥିଲା।ଏହି ପୂଜା ପାଇଁ ଶହଶହ ଭକ୍ତ ଓ ଶ୍ରଦ୍ଧାଳୁ ପୂଜା ଅର୍ଚ୍ଚନା କରିଥିବା ଦେଖିବାକୁ ମିଳିଥିଲା। ଏହି ଅବସରରେ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ସନ୍ଧ୍ୟାରେ ମା'ଙ୍କ ଦର୍ଶନ ଓ ପୂଜା କରିବା ପାଇଁ ହଜାର ହଜାର ଲୋକଙ୍କ ଭିଡ଼ ହୋଇଥିବା ଦେଖିବାକୁ ମିଳିଥିଲା।ମା'ଙ୍କ ଠାରେ ଭୋଗ ଲାଗି ହେବା ପରେ ଗ୍ରାମବାସୀଙ୍କ ସହ ପଞ୍ଚାୟତ ସମେତ ଆଖପାଖ ବହୁ ଲୋକେ ପ୍ରସାଦ ସେବନ କରିଥିବା ଦେଖିବାକୁ ମିଳିଥିଲା ବେଳେ ଗ୍ରାମ ଲୋକେ ଉପସ୍ଥିତ ରହି ପୂଜା ଓ ମହୋତ୍ସବ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନାରେ ସହଯୋଗ କରିଥିଲେ।

Post a Comment

Previous Post Next Post