ବାଲେଶ୍ଵର,(ପ୍ରଭାକର ମଲ୍ଲିକ) ବାଲେଶ୍ଵର ଜିଲ୍ଲା,ବସ୍ତା ଥାନା ଅନ୍ତର୍ଗତ ଅମର୍ଦାରୋଡ ନଟାକଟା ପଞ୍ଚାୟତର ଭାନ୍ଦିପୁର ଗ୍ରାମର ନବମ ଶ୍ରେଣୀ ଛାତ୍ର ନିଖୋଜ ହୋଇଥିବା ଅଭିଯୋଗ ହୋଇଛି।ଘଟଣାରୁ ପ୍ରକାଶ କି ଯେ, ସୋମ ବାର ଭାନ୍ଦିପୂର ଗ୍ରାମର ବଂଶୀ ପାଳଙ୍କ ପୁତ୍ର ଜୀବନ କୁମାର ପାଳ (୧୪) ରାସଗୋବିନ୍ଦପୁର ବ୍ଲକ,ନାକିଚୁଆଁ ପଞ୍ଚାୟତ ସ୍ଥିତ ଗୋପିନାଥ ଉଚ୍ଚବିଦ୍ୟାଳୟ ନବମ ଶ୍ରେଣୀରେ ଅଧ୍ୟୟନ କରନ୍ତି। ସମୋବାରା ପ୍ରଦିଦିନ ପରି ସମୋବାର ସେ ସ୍କୁଲ ବେଗ ଧରି ଘରୁ ବାହାରି ଥିଲେ ହେଲେ ଆଉ ଘରକୁ ଫେରିଥିଲେ।ଘରକୁ ନପେରିବାରୁ ପରିବାର ଲୋକେ ଚିନ୍ତାରେ ପଡିଯାଇଥିଲା। ପରେ ସ୍କୁଲ,ବାନ୍ଧୁବର୍ଗ ସମସ୍ତ ଜାଗାରେ ଖୋଜିବା ପରେ ନପାଇବାରୁ ଆଇନର ଆଶ୍ରୟ ନେଇଥିଲେ। ପ୍ରଥମେ ଅମର୍ଦାରୋଡ ଫାଣ୍ଡି ଓ ରାସଗୋବିନ୍ଦପୁର ଥାନାରେ ଅଭିଯୋଗ କରିଥିବା ଜଣାପଡିଛି।
ବାଲେଶ୍ଵର ଜିଲ୍ଲା ରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ ।
Post a Comment