୮୧ ଦିଭ୍ୟାଂଗ ହେଲେ ଉପକୃତ
ଯୁବା ମଞ୍ଚ ରେ ଏହି ସେବା କାର୍ୟ୍ଯ ମୋ ଜୀବନ କୁ ପ୍ରଭାବିତ କରିଛି : ମୁକେଶ ମହାଳିଙ୍ଗ
କଣ୍ଟାବାଞ୍ଜି,(ଆଜତକ୍ ଓଡ଼ିଶା) : ଅନେକ ସମୟରେ କଣ୍ଟାବାଞ୍ଜି ରେ ମାରୱାଡ଼ି ୟୁବା ମଞ୍ଚ ବିକାଶ ଶାଖା ଅନେକ ଜନ୍ ହିତକର କାର୍ଯ୍ୟ କରିଆସୁଛନ୍ତି। ଜନ୍ ମଙ୍ଗଳ କାର୍ଯ୍ୟ ରେ ମାରୱାଡ଼ି ଯୁବା ମଞ୍ଚ ସବୁବେଳେ ଆଗରେ । ଆଜି କଣ୍ଟାବାଞ୍ଜି ସ୍ଥିତ ହରିଭାବନ୍ ଠାରେ ୩ ଦିନିଆ ନିଃଶୁଳ୍କ କୃତ୍ରିମ ଅଙ୍ଗ ପ୍ରତ୍ୟାରୋପଣ ଶିବିର ର ଆୟୋଜନ ମାରୱାଡ଼ି ୟୁବା ମଞ୍ଚ ବିକାଶ ଶାଖା ତରଫରୁ କରାଯାଇଛି । ଏହି ଶିବିର ୨୭,୨୮,୨୯ ତାରିଖ ୩ ଦିନ ଧରି ଚାଲିଥିଲାଉଦଯାପିତ ହୋଇଛି ,ଏହି ଶିବିର ରେ ଆସିଥିବା ସମସ୍ତ ରୋଗୀ ଏବଂ ତାଙ୍କ ସହିତ ଥିବା ଜଣେ ସହ ଯୋଗୀ ଙ୍କ ପାଇଁ ରହିବା ଏବଂ ଖାଇବା ର ସମସ୍ତ ବ୍ୟବସ୍ଥା ମାରୱାଡ଼ି ଯୁବା ମଞ୍ଚ ତରଫରୁ ସୁବିଧା କରାଯାଇଥିଲା ।
ଏହି ସମାପନ ସମରୋହ ରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂହ ସାଲୁଜା, ସମ୍ମାନିତ ଅତିଥି ଭାବେ ଲୋଇସିଂହା ବିଧାୟକ ମୁକେଶ ମହାଳିଙ୍ଗ, ଖରିଆରରୋଡ଼ ବିଘାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସୋନିଆ ଗୋଲଢ଼ି ଅଗ୍ରୱାଲ,ମୂଖ୍ୟ ବକ୍ତା ଭାବେ ଯୁବା ମଂଚ ର ରାଷ୍ଟ୍ରୀୟ ଉପସଭାପତି ଅର୍ଚ୍ଚନା ଗର୍ଗ, ପୂର୍ବ ରାଷ୍ଟ୍ରୀୟ ସଂଯୋଜକ ଦୀପକ ଚାପଡ଼ିଆ, ରାଷ୍ଟ୍ରୀୟ ଯୁଗ୍ମ ସମ୍ପାଦକ ବଜରଙ୍ଗ ଜିନ୍ଦଲ, ଯୋଗ ଦେଇଥିଲେ, ମଂଚ ରେ ବିକାଶ ଶାଖା ସଭାପତି ଅନୁପ ଜୈନ, ସମ୍ପାଦକ ପୀୟୂଷ ଜିନ୍ଦଲ ଉପସ୍ଥିତ ଥିଲେ ,ଅତିଥି ପରିଚୟ ରାଜ୍ୟ ସଂଯୋଜକ ଆଶିଷ ଖେତାନ କରିଥିବା ବେଳେ,ମଂଚ ପରିଚାଳନା କରିଥିଲେ ମମତା ଜୈନ, ଏହି ଶିବିର ରେ ରାଜ୍ୟର ୧୦ ଟି ଜିଲ୍ଲା ଏବଂ ବିହାର ରାଜ୍ୟର ବିକଳାଙ୍ଗ ମାନେ ଯୋଗ ଦେଇଥିଲେ ଏହି ଶିବିର ରେ ୮୧ ଜଣ ଦିଭ୍ୟାଂଗ କୁତ୍ରିମ ଗୋଡ଼ ଏବଂ ହାଥ ପାଇଥିଲେ, ସମସ୍ତ ଅତିଥି ଯୁବା ମଂଚ ବିକାଶ ଶାଖା ତରଫରୁ କରାଯାଇଥିବା ଏହି ମହତ ଜନସେବା କାର୍ୟ୍ଯ କୁ ପ୍ରଶଂସା କରିଥିଲେ ଏହି ଅଵସର ରେ ସ୍ଥାନୀୟ ସାମ୍ୱାଦିକ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମ ରେ ଆନଦ ମୋଟେ , ଦୀପକ ଜୈନ, , କେଳାଶ ଜୈନ,,ଅରିହନ୍ତ ଜୈନ, ଅଜୟ ଅଗ୍ରୱାଲ, ବବେସ ଅଗ୍ରୱାଲ, ନିଖିଳ ଅଗ୍ରୱାଲ, ବିକାଶ ଜୈନ, ମୌଜି ଅଗ୍ରୱାଲ, କମଳ ଅଗ୍ରୱାଲ ,ମନୀଷ ଜୈନ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ପରେ ସମସ୍ତ ଙ୍କୁ କୁତ୍ରିମ ଅଙ୍ଗ ବଣ୍ଟନ କରାଯାଇଥିଲା
Post a Comment