ବ୍ଲକ ସ୍ତରୀୟ ତ୍ରୟମାସିକ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ



କଣ୍ଟାମାଳ, (ସୁଶାନ୍ତ କୁମାର ବେହେରା) ଚଳିତ ମାସ ଗତକାଲି  ବ୍ଲକ ସ୍ତରୀୟ ଶିଶୁ ପାଇଁ ଦିନଟିଏ ସ୍ଥାନୀୟ ବ୍ଲକ୍ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । କଣ୍ଟାମାଳ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ କଳାକୃଷ୍ଣ ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଉକ୍ତ କାର୍ଯ୍ୟକ୍ରମଟି ଅନୁଷ୍ଠିତ ହୋଇଯାଇଛି ।ଏହି ବୈଠକରେ କଣ୍ଟାମାଳ ବ୍ଲକ ର ସମସ୍ତ ସୁପରଭାଇଜର ଯୋଗ ଦେଇଥିବା ବେଳେ ଶ୍ରୀମତୀ ଜ୍ଯୋସ୍ନାରାଣୀ ପାଢୀ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ବୈଠକର ସଂଯୋଜନା କରି ନିଜ ମତ ପ୍ରକାଶ କରିଥିଲେ ।ଏହି ଅବସରରେ ବ୍ଲକ୍ ସ୍ତରୀୟ ଶିଶୁ ସୁରକ୍ଷା ର ଅନ୍ୟ ସଦସ୍ୟ /ସଦସ୍ଯା ଯଥା ଶ୍ରୀ ଦୁର୍ଗାଚରଣ ପ୍ରଧାନ ABEO,ଡାକ୍ତର ନିକହତ ମୌମିନ ,Action Aidର ଜିଲ୍ଲା ସଂଯୋଜକ ପ୍ରବିଜ୍ଞା ଦାସ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ଶ୍ରୀ ରାଜେନ୍ଦ୍ର ମଲିକ RAREରୁ ସୋମନାଥ ସାହୁ ,ମିଶନଶକ୍ତି ରୁ ବିଶ୍ଵ ଭୁଷଣ କଅଁର, ପୋଲିସ ବିଭାଗରୁ ପୁଷ୍ପାଞ୍ଜଳୀ ମିଶ୍ର ଏବଂ Advocateପ୍ରତାପ ଚନ୍ଦ୍ର ସାହୁ ,ସରପଞ୍ଚ ଶ୍ରୀ ସାର୍ଦୁଳ ନାଗ ଯୋଗ ଦେଇ ନିଜ ନିଜର ମତ ରଖିଥିଲେ ।ଏହି ଅବସରରେ ଆଗାମୀ ଦିନରେ ବ୍ଲକ୍ରେ ଯେପରି ବାଲ୍ୟ ବିବାହ ମୁକ୍ତ , ଶିଶୁ ଚାଲାଣ ଶିଶୁ ଶ୍ରମିକ ମୁକ୍ତ ହୋଇ ପାରିବ ଏକ ଯୋଜନା ପ୍ରସ୍ତୁତ କରାଯାଇ ଥିଲା

Post a Comment

Previous Post Next Post