ବିଶ୍ଵ ମହିଳା ଦିବସ


ବସ୍ତା,(ପ୍ରଭାକର ମଲ୍ଲିକ)ବିଶ୍ୱ ମହିଳା ଦିବସ ଉପଲକ୍ଷେ ବସ୍ତା ବ୍ଲକ ସଦାନନ୍ଦପୁର ପଞ୍ଚାୟତରେ ମିଶନଶକ୍ତି ମହିଳା ମାନଙ୍କ ଦ୍ୱାରା ଆୟୋଯିତ କାର୍ଯ୍ୟକ୍ରମରେ ମିଶନଶକ୍ତିର ସଭାପତି ସବିତା ଜେନାଙ୍କ ଆହ୍ୱନକ୍ରମେ ୫୦୦ରୁ ଉର୍ଦ୍ଧ ମହିଳା ମିଶନଶକ୍ତି ଗୃହ ନିକଟରୁ ଏକ ବିଶାଳରାଲିରେ ବସ୍ତା ବଜାର ପରିକ୍ରମା କରିଥିଲେ।ଏଥିରେ ସଦାନନ୍ଦପୁର ସରପଞ୍ଚ ରଚିତା ମହାନ୍ତି ମୂଖ୍ୟ ଅତିଥି ରୁପେ ଓ ସମିତି ସଦସ୍ୟା ମଧୁସ୍ମିତା କର ଏବଂ ବିଜେଡି ମିଡିଆ ସେଲ ବିରାଜ ସିଂଦେଓ ପ୍ରମୁଖ ଯୋଗଦେଇ ମହିଳାଦିବସରେ ମହିଳାଙଂକ ସାମାଜିକ ଅର୍ଥନୈତିକ ଏବଂ ପାରିବାରିକ ଅଧୀକାର ବିଷୟରେ ଉପସ୍ଥିତ ସମସ୍ତ ମହିଳା ବର୍ଗଙ୍କୁ ଉଦବୋଧନ ଦେଇଥିଲେ ।ମିଶନଶକ୍ତିର ସମ୍ପାଦକ ଶ୍ରୀମତୀ ମମତା ଦାସ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ।

ବସ୍ତା ରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ ।

Post a Comment

Previous Post Next Post