ଜିଲ୍ଲା ସ୍ତରୀୟ ବିଶ୍ଵ ମହିଳା ଦିବସ ପାଳିତ ,ଯୋଗ ଦେଲେ ଜିଲ୍ଲାର ସମସ୍ତ ବ୍ଲକର ସିଡ଼ିପିଓ ଓ ସୁପରଭାଇଜର।


 ବସ୍ତା ବ୍ଲକ୍ ସମ୍ମିଳନୀ କକ୍ଷରେ ଆଜି ଜିଲ୍ଲା ସ୍ଥରିୟ ବିଶ୍ଵ ମହିଳା ଦିବସ ପାଳିତ ହୋଇଯାଇଛି। ଏହି ମହିଳା ଦିବସ ପାଳନ ପାଇଁ ଜିଲ୍ଲାର ସମସ୍ତ ବ୍ଲକ୍ ରୁ ସିଡିପିଓ , ସୁପରଭାଇଜର, ଅଙ୍ଗନୱାଡ଼ି କର୍ମୀ ଓ ମହିଳା ସ୍ଵୟଂ ସହାୟକ ସଂଗଠନ ଏଥିରେ ଯୋଗ ଦେଇଥିବା ବେଳେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ କୁନ୍ତଳା ମଲ୍ଲିକ,ପ୍ରୋଗ୍ରାମ ଅଫିସର ଦ୍ରୌପଦୀ ମୁର୍ମୁ,ସହ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଲମ୍ବୁଦର ସେଠି,ବସ୍ତା ବିଡ଼ିଓ ଜ୍ଞାନରଞ୍ଜନ ସାହୁ ପ୍ରମୁଖ ଯୋଗ ଦେଇଥିଲେ। ସମ୍ମିଳନୀ ଆରମ୍ଭରେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା। ପରେ ବାଲେଶ୍ୱର ମୁନିସିପାଲ୍ଟି ସିଡ଼ିପିଓ ସବିତା ରାଉତ ସ୍ଵାଗତ ଭାଷଣ ଦେଇଥିଲେ। ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମହିଳା ଦିବସ ପାଳନ ଓ ସରକାର ମହିଳାଙ୍କୁ ଦେଇଥିବା ଅଧିକାର ବିଷୟରେ ଆଲୋକପାତ କରିଥିଲେ। ବସ୍ତା ବିଡ଼ିଓ ଶ୍ରୀ ସାହୁ ମହିଳାଙ୍କୁ ନେଇ ଆଇନ ଘରୋଇ ହିଂସା ବିଷୟରେ ଅଭିଭାଷଣ ରଖିଥିଲେ। ବିଭିନ୍ନ ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସଗରିକା ଦତ୍ତ,ସୁଜାତା ପଟ୍ଟନାୟକ, ଯାଜ୍ଞେଶ୍ୱରି ପଣ୍ଡା, ଜାନକୀ ଦାସ,ଅନୁଶୟା ଦଳେଇ,ସ୍ୱାଗତିକା ଜେନା, ଝିଲିମୟୀ ଦାସ,ଭାନୁମତୀ ରଣା,ଗୌରୀ ଦାସ,ସଂଯୁକ୍ତା ଘଡେ଼ଇ,ପୁଷ୍ପଲତା ପଲେଇ,ସଂଯୁକ୍ତା ଗିରି, ଅନୁଷୟା ମହାପାତ୍ର, ସନ୍ଧ୍ୟାରାନୀ ସାହୁ,ରୀନାରାଣୀ ଦାସ,ଲକ୍ଷ୍ମୀପ୍ରିୟା ପାଣିଗ୍ରାହୀ, ସୁପ୍ରିତା ତ୍ରିପାଠୀ,ସ୍ନେହଲତା ନାୟକ,ପ୍ରିତିନନ୍ଦା ସାହୁ,ପାୟେଲ ମହାନ୍ତି ଙ୍କୁ ସମ୍ଭର୍ଦ୍ଧିତ କରାଯାଇଥିଲା।ଜଳେଶ୍ଵର ,ବସ୍ତା,ସଦର,ରେମୁଣା ସିଡିପୀଓ ଚମ୍ପାମଣି ମୁର୍ମୁ, ନିହାରିକା ମହାନ୍ତି,ସୁଜାତା ପଟ୍ଟନାୟକ,ରେମୁଣା ସୁପରଭାଇଯର ମଧୁସ୍ମିତା ମହାନ୍ତି,ରେଣୁବାଳା ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ।

ବସ୍ତା ରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ ।

Post a Comment

Previous Post Next Post