ହରଭଙ୍ଗା ବ୍ଲକ ର ବିଭିନ୍ନ ଶୈବ ପୀଠ ରେ ଜାଗର ଉତ୍ସବ ପାଳିତ


ହରଭଙ୍ଗା,(ସୁଶାନ୍ତ କୁମାର ବେହେରା) ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ର ବିଭିନ୍ନ ଶୈବ ପୀଠ ଗୁଡିକ ରେ ମହାଶିବରାତ୍ରି ପାଳିତ ହୋଇଥିବା ଦେଖିବାକୁ ମିଳିଛି । ଚଳିତ ବର୍ଷ କରନା କଟକଣା ଟିକେ କହୋଲ ହୋଇଥିବା ରୁ ମନ୍ଦିର ଗୁଡିକ ରେ ଦର୍ଶନ ପାଇଁ ଭକ୍ତ ଙ୍କ ଗହଳି ଲାଗିରହିଥିଲା । ଏପରିକି ହୋମ ଯ ଜ୍ଞ, ପୂଜା ଅର୍ଚ୍ଚନା ନାମ ସଂକୀର୍ତ୍ତନ ହୋଇଥିବା ବେଳେ ମନ୍ଦିର ପରିଚାଳନା କମିଟିର ସଦସ୍ୟ ମାନେ ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରୁଥିବା ଜଣାପଡିଛି । ବ୍ଲକ ର ବୁରୁବୁଡା, ହରଭଙ୍ଗା, ହରେକୃଷ୍ଣ ପୁର, ପୁରୁଣା କଟକ, ତଳଙ୍ଗା, ରାମଗଡ଼, ଧଳପୁର, କରଡି, ଭେଜିଗୋରା, ଚାରିଛକ ଶୈବ ପୀଠ ଭଳି ବ୍ଲକ ର ବିଭିନ୍ନ ସ୍ଥାନରେ ପୂଜା ଅନୁଷ୍ଠିତ ହୋଇଥିବା ଦେଖିବାକୁ ମିଳିଥିଲା ।

Post a Comment

Previous Post Next Post