ଭାରତୀୟ ଜନ ଔଷଧି ପରିଯୋଜନା ପକ୍ଷରୁ ଆୟୋଜିତ ହେଲା ସଚେତନତା ଶୋଭାଯାତ୍ରା ।


ବୌଦ୍ଧ,(ହୃଦାନନ୍ଦ ମେହେର) କେନ୍ଦ୍ର ସରକାରଙ୍କ ଦ୍ୱାରା ଗରିବ ଜନସାଧାରଣଙ୍କ ହିତ ଉଦେଶ୍ୟରେ ଦେଶରେ ଭାରତୀୟ ଜନ ଔଷଧ ପରିୟୋଜନା ମାଧ୍ୟମରେ ଶସ୍ତା ଦରରେ ଉଚ୍ଚମାନର   

ଔଷଧ ଯୋଗାଇ ଦିଆଯାଉଅଛି । ଆଜି ଠାରୁ ଭାରତୀୟ ଜନ ଔଷଧି ସପ୍ତାହ ପାଳନ ଆରମ୍ଭ ହୋଇଛି । ବୌଦ୍ଧଠାରେ ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇ ସାଧାରଣ ଲୋକଙ୍କ ମଧ୍ୟରେ ଜନ ସଚେତନତା ସୃଷ୍ଟି କରାଯାଉଛି । ଫାର୍ମାସ୍ୟୁଟିକାଲ ବିଭାଗ ପକ୍ଷରୁ ବୌଦ୍ଧ ଜିଲ୍ଲାରେ ଜନ ଔଷଧି କେନ୍ଦ୍ର ଖୋଲଯାଇଛି । ଏହି କେନ୍ଦ୍ରରେ ବଜାରରେ ବିକ୍ରୀ ହେଉଥିବା ସମାନ ଔଷଧର ମୁଲ୍ୟଠାରୁ ୫୦ ରୁ ୯୦ ପ୍ରତିଶତ କମ୍ ମୁଲ୍ୟରେ ବିକ୍ରୀ ହେଉଅଛି । ଆଜି ଏ ନେଇ ଏକ ସଚେତନତା ଶୋଭାଯାତ୍ରା ସହର ପରିକ୍ରମା କରିଥିଲା । ମୁଖ୍ୟଅତିଥି ଭାବେ ଡା.ଗୋପାଳ ଚନ୍ଦ୍ର ପାତ୍ର ଯୋଗଦେଇ ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ ।


ବୌଦ୍ଧରୁ ଜିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେରଙ୍କ ରିପୋର୍ଟ ଆଜତକ ଓଡ଼ିଶା

Post a Comment

Previous Post Next Post