ବଲାଙ୍ଗୀର,(ଆଜତକ୍ ଓଡ଼ିଶା); ବଳି ଦୃଶ୍ୟ ଯେ କେତେ ଭୟଙ୍କର, ତାହାର ଜ୍ଵଳନ୍ତ ଉଦାହରଣ ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲାରେ । ବଲାଙ୍ଗିର ସଦର ନୂଳ ଅନ୍ତର୍ଗତ ବରକାନୀ ଫ ଯତର ପଣ୍ଡରାପିଟା ଗାଁରେ ଦେବୀଙ୍କୁ ଚଳି ଦେବାର ଦୃଶ୍ୟ ଦେଖୁ ୫ ଶିଶୁ ବଳି ଦେବାର ଖେଳ ଖେଳିଥିଲେ । ସେଥିପାଇଁ ଏକ କୁକୁର ଛୁଆକୁ ବଳି ଦେବା ଭଳି ମାରିବା ପରେ ତାର ରକ୍ତ ମଧ୍ୟ ପିଇଥଲେ ୫ ଶିଶୁ । ଏଭଳି ଘଟଣା ପରିବାର ଓ ଗାଁ ଲୋକେ ଜାଣିବା ପରେ ସମସ୍ତ ୫ଶିଶୁଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲରେ ଚିକିତ୍ସା କରାଯାଇଥିଲା। ଏବେ ସମସ୍ତ ଶିଶୁ ସୁସ୍ଥ ଥିବା ଜଣାପଡିଛି । ଗାଁରେ ପାଟଖଣ୍ଡା ଯାତ୍ରାରେ ବଳି ଦିଆଯାଏ। ବଳି ଯାତ୍ରାଦେଖି ଶିଶୁମାନେ ପ୍ରଭାବିତ ହୋଇଥିବା ଚର୍ଚ୍ଚା ହେଉଛି । ୫ରୁ ୭ ବର୍ଷର ଏହି ୫ ଜଣ ଶିଶୁ ଯାତ୍ରାରେ ଯେମିତି ବଳି ଦିଆଯାଏ, ଠିକ ସେମିତି ଏହି ଶିଶୁମାନେ ଏକ କୁକୁର ଛୁଆକୁ ବଳି ଦେଇଥିଲେ। ଗୋଟିଏ ଶିଶୁ ଦେହେରୀ/ବରୁଆ, ଜଣେ ଧୂପ ଦୀପ ଓ ଫୁଲମାନ ଦେଇଥିଲା, ଅନ୍ୟ ତିନି ଶିଶୁ ପ୍ଲାଷ୍ଟିକ ଡବାରେ ଢୋଲ ହଜାଇଥିଲେ । କୁକୁର ଛୁଆକୁ ବଳିଦେବା ପରେ ଶେଷରେ ତାର ରକ୍ତ ସମସ୍ତ ଶିଶୁ ପିଇଥିଲେ । ପରେ ଗାଁ ଲୋକ ପୂରା ଘଟଣା ଜାଣିବା ପରେ ସମସ୍ତ ଶିଶୁଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲରେ ଭର୍ତି କରାଯାଇଥିଲା । ଆବଶ୍ୟକୀୟ ଜୀବନ ରକ୍ଷାକାରୀ ଇଞ୍ଜେକସନ ଦେବା ପରେ ବର୍ତ୍ତମାନ ଶିଶୁ ମାନେ ସୁସ୍ଥ ଅଛନ୍ତି। ୫ ଶିଶୁଙ୍କ ଏଭଳି କାରନାମ। ଏବେ ବଳାଙ୍ଗିର ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି।
କୁକୁରକୁ ବଳି ଦେଇ ରକ୍ତ ପିଇଲେଗଲେ ୫ ନାବାଳକ
ଆଜତକ ଓଡ଼ିଶା
0
Post a Comment