କେଲଗାଁ ରେ ସ୍ବଚ୍ଛତା କାର୍ଯ୍ୟକ୍ରମ


ସୁବର୍ଣ୍ଣପୁର,(ଆଜତକ୍ ଓଡ଼ିଶା)ବୀରମହାରାଜପୁର ବ୍ଲକ କେଲଗାଁ ରେ ଏକ ସ୍ବଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ସୁବର୍ଣ୍ଣପୁର ଜିଲ୍ଲା ନେହେରୁ ଯୁବ କେନ୍ଦ୍ର ର ସ୍ବେଚ୍ଛାସେବୀ ସୁଦର୍ଶନ ଭରାସାଗର ଙ୍କ ତତ୍ତ୍ଵାବଧାନରେ କେଳଗାଁ ଗ୍ରାମର ମା ମାହେଶ୍ୱରୀ ସ୍ପୋଟିଁ କ୍ଲବ ର ସମସ୍ତ ସ୍ବେଚ୍ଛାସେବୀ ତଥା ଯୁବ ବନ୍ଧୁ ମାନଙ୍କ ସହିତ ଗ୍ରାମର ନଳକୂପ, ଅଙ୍ଗନୱାଡ଼ି ସେଣ୍ଟର ଚତୁର୍ପାର୍ଶ୍ଵ ,ସ୍କୁଲ ଆଖପାଖ , ଗ୍ରାମର ଏପାଖ ସେପାଖ ଇତ୍ୟାଦିର ସଫେଇ କରା ଯାଇଥିଲା । ଏହି କାର୍ଯ୍ୟକ୍ରମ ରେ କ୍ଲବ ର କର୍ଣ୍ଣ ବେହେରା, ଟିମୁନ ବେହେରା, ଅଜୟ ବେହେରା, ନିମାଇଁ ବେହେରା, ନୀଳାଚଳ ବେହେରା, ଟେଙ୍ଗନୁ ବେହେରା, ଆଲୋକ ରଥ ଓ ଅନ୍ୟାନ୍ୟ ସଦସ୍ୟ ମାନେ ସହଯୋଗ କରିଥିଲେ ।


 ।

Post a Comment

Previous Post Next Post